
କେନ୍ଦୁଝର – ପାଣିକୋଇଲି-ରିମୁଳି ସେକ୍ସନର ଜାତୀୟ ରାଜପଥ ୨୦ନମ୍ବର ଉପରେ ରହିଥିବା ଟୋଲ ପ୍ଲାଜା ଗୁଡିକ ରେ ଡିସେମ୍ବର ୧ରୁ ଇ-ଟୋଲ ଆଦାୟ ଆରମ୍ଭ ହେବାର ସୂଚନା ମିଳିଛି । ଭାରତୀୟ ଜାତୀୟ ରାଜପଥ ପ୍ରାଧିକରଣ ପକ୍ଷରୁ ଜାରୀ କରାଯାଇଥିବା ନୂଆ ନିୟମ ଅନୁସାରେ ଫାଷ୍ଟଟ୍ୟାଗ ନଥିଲେ ଟୋଲ ଗେଟରେ ଏଣିକି ୨ଗୁଣା ଶୁଳ୍କ ଦେବାକୁ ପଡିବ । ସମ୍ପୂର୍ଣ୍ଣ ଇଲେଟ୍ରୋନିକ ଉପାୟରେ ଶୂଳ୍କ ଆଦାୟ କରି ନିରବଚ୍ଛିନ ସଡକ ଯାତାୟତ ବ୍ୟବସ୍ଥାକୁ ସୁବ୍ୟବସ୍ଥିତ କରିବା ଉଦେ୍ଧଶ୍ୟରେ ଏଭଳି ପଦକ୍ଷେପ ନିଆଯାଇଥିବା ଜାତୀୟ ରାଜପଥ ୨୦ର ପିଡି ଆର. ଭେଙ୍କଟେଶ୍ୱରୁଲୁ ଠାରୁ ସୂଚନା ମିଳିଛି । ଡିସେମ୍ବର ପହିଲାରୁ ଜାତୀୟ ରାଜପଥ ୨୦ ନମ୍ବର ଉପରେ ରହିଥିବା ହସନପୁର, ଖଟଂଘରଣ୍ଟ,ବନାଯୋଜି ଆଦି ଟୋଲ ପ୍ଲାଜାରେ ଫାଷ୍ଟଟ୍ୟାଗ ଆଦାୟ ବ୍ୟବସ୍ଥା ପ୍ରଚଳନ ହେବ ବୋଲି ଜଣାପଡିଛି । ଇ-ଟୋଲ ବ୍ୟବସ୍ଥା ଫଳରେ ଯାନବାହାନ ଗୁଡିକ ଅଯଥା ଅଟକି ରହିବାକୁ ପଡିବ ନାହିଁ । ଟୋଲ ଗେଟ ଅତିକ୍ରମ କରିବା ମାତ୍ରେ ଯାନବାହାନର ଝରକା କାଚରେ ଲାଗିଥିବା ଆରଏଫ୍ଆଇଡି ଭିତିକ ଫାଷ୍ଟଟ୍ୟାଗ ସହ ଲିଙ୍କ ଥିବା ବ୍ୟାଙ୍କ ଆକାଉଟଂଣ୍ଟରୁ ଆପେ ଆପେ ରାଜପଥ ବାବଦ ଶୁଳ୍କ କଟିଯିବ । ଟୋଲ ପ୍ଲାଜାରେ କେବଳ ଫାଷ୍ଟଟ୍ୟାଗ ବ୍ୟବହାରକାରୀଙ୍କ ପାଇଁ ଲେନ ସଂରକ୍ଷଣ ରହିବ । ଅଣ-ଫାଷ୍ଟଟ୍ୟାଗ ବ୍ୟବହାରକାରୀଙ୍କୁ ଏହି ଲେନରେ ଯାତାୟତ ପାଇଁ ସାଧାରଣ ରାଜପଥ ଶୁଳ୍କ ତୁଳନାରେ ଦ୍ୱିଗୁଣା ଦେୟ ଦେବାକୁ ପଡିବ । ଏଥିପାଇଁ ଟୋଲ ପ୍ଲାଜାରେ ଗାଡି ମାଲିକଙ୍କୁ ସଚେତନ କରାଯାଉଛି । ତେବେ ପ୍ରତି ଟୋଲ ପ୍ଲାଜାରେ ଗୋଟିଏ ଲେଖାଁଏ ହାଇବ୍ରିଡ ଲେନ ରହିବ, ଯେଉଁଠାରେ ଭାରୀଯାନ ଚଳାଚଳକୁ ପରିଚାଳନା କରାଯିବ ଏବଂ ଫାଷ୍ଟଟ୍ୟାଗ ଓ ଅନ୍ୟ ମୋଡରେ ପେମେଟଂଣ୍ଟଗ୍ରହଣ କରାଯିବ । ତେବେ ପରବର୍ତୀ ସମୟରେ ପର୍ଯ୍ୟାୟକ୍ରମେ ଏହି ଲେନକୁ ଉଚ୍ଛେଦ କରାଯିବ ବୋଲି ଏନଏଚଏଆଇ-୨୦ର ପୋ୍ରଜେକ୍ଟ ଡାଇରେକ୍ଟର ସୂଚନା ଦେଇଛନ୍ତି ।