ଜୟପୁର, ଜିଲା କଂଗ୍ରେସ ଭବନ ଜୟପୁର ଠାରେ ଇନ୍ଦିରା ଗାନ୍ଧୀଙ୍କ ଜୟନ୍ତି ପାଳିତ ହୋଇଛି । ଜୟପୁର ବିଧାୟକ ତାରା ପ୍ରାସାଦ ବାହିନିପତି ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ସ୍ୱର୍ଗତ ଇନ୍ଦିରା ଗାନ୍ଧୀଙ୍କ ଫଟୋ ଚିତ୍ର ରେ ପୁଷ୍ପମାଲ୍ୟ ଅର୍ପଣ କରି ଶ୍ରଦ୍ଧାଞ୍ଜିଳି ଦେଇଥିଲେ । ଏନେଇ ଏକ ବୈଠକ ଅନୁଷ୍ଟିତ ହୋଇଛି । ବୈଠକରେ ସ୍ୱର୍ଗତ ଇନ୍ଦିରା ଗାନ୍ଧୀଙ୍କ ଅବଦାନ ସମ୍ପର୍କରେ ଅତିଥି ମାନେ ମତବ୍ୟକ୍ତ କରିଥିବା ବେଳେ ଇନ୍ଦିରା ଗାନ୍ଧୀଙ୍କ ନିତି ଆଦର୍ଶରେ ଅନୁପ୍ରାଣିତ ହୋଇ ଦେଶର ବିକାଶ କାର୍ଯ୍ୟରେ ସାମିଲ ହେବାକୁ ଆହ୍ୱାନ କରିଥିଲେ । ଏହି ବୈଠକରେ କଂଗ୍ରେସର ନେତା ଓ କର୍ମି ମାନେ ଉପସ୍ଥିତ ଥିଲେ ।
Related Stories
May 2, 2024