କୈଳାଶ ଚନ୍ଦ୍ର ପଣ୍ଡାଙ୍କ ରିପୋର୍ଟ,
ପୁରୀ ,ପବିତ୍ର ପ୍ରଥମାଷ୍ଟମୀ ଅବସରରେ ଶିଳ୍ପୀ ପ୍ରିୟଙ୍କା ନିଜର ଚିତ୍ର ମାଧ୍ୟମରେ ପ୍ରଥମାଷ୍ଟମୀର ଅନେକ ଅନେକ ଶୁଭେଚ୍ଛାର ବାର୍ତ୍ତା ସମସ୍ତଙ୍କୁ ପ୍ରଦାନ କରିଛନ୍ତି l
ପ୍ରଥମାଷ୍ଟମୀ ଦିନ ପ୍ରଥମ ଜାତ ସନ୍ତାନର ମଙ୍ଗଳ ଏବଂ ଦୀର୍ଘାୟୁ କାମନା କରି ପୂଜା କରାଯାଇଥାଏ l
ଆଜି ବଡ଼ଠାକୁର ନୂଆ ବସ୍ତ୍ର ପରିଧାନ କରି ବିଭିନ୍ନ ରକମର ପିଠା ଖାଉଛନ୍ତି l ଯେମିତି ମୋ ବଡ ଭଉଣୀ ନୂଆ ପୋଷାକ ପିନ୍ଧି ଖୁସି ହୁଏ ଏବଂ ଆମେ ଦୁଇ ଭଉଣୀ ଛୋଟବେଳେ ବହୁତ କାନ୍ଦୁ l ଭାବି ପାରୁଛି ମହାପ୍ରଭୁ ଶ୍ରୀଜଗନ୍ନାଥ ଏବଂ ମା ସୁଭଦ୍ରା ଙ୍କୁ କେତେ କଷ୍ଟ ହେଉଥିବ l
ଏହି ଚିତ୍ର କରିବାକୁ ଚିତ୍ରଶିଳ୍ପୀ ପ୍ରିୟଙ୍କା ସାହାଣୀଙ୍କୁ 40 ମିନିଟର ସମୟ ଲାଗିଥିବା ବେଳେ ଏଥିରେ ଏକ୍ରିଲିକ ରଙ୍ଗର ବ୍ୟବହାର କରାଯାଇଥିଲା l