ନୂଆପଡା – ନୂଆପଡା ଜିଲ୍ଲା ଖଡିଆଳ ବ୍ଲକ ଅନ୍ତର୍ଗତ ଦୋହେଲପଡା ପଂଚାୟତରେ ବାର୍ଦ୍ଧକ୍ୟ, ବିଧବା ଓ ଦିବ୍ୟାଙ୍ଗ ଭତା ମିଳୁନଥିବା ଅଭିଯୋଗ ହେଉଛି । ଏପରିକି ପରିବାର ମଙ୍ଗଳ ଯୋଜନାରେ ମିଳୁଥିବା ଆର୍ଥôକ ସହାୟତାରୁ ଅନେକ ବିଧବା ବଂଚିତ ହୋଇଛନ୍ତି । ଏହି ପଂଚାୟତର ଦୋହେଲପଡା ଗ୍ରାମର ଟେକନୋ ନିଆଲ(୭୪), କାଲିଆ ଭୋଇ(୬୩), ସୁରେଖା ଭୋଇ(୬୫), ଅରଛୁ ହରିଜନ(୬୩), ଭୂମି ହିଆଲ(୬୨), ମକାରୁ ହିଆଲ(୬୩), ବନମାଲୀ ତାଣ୍ଡି(୬୫)ଙ୍କୁ ବାର୍ଦ୍ଧକ୍ୟ ଭତା ମିଳୁନଥିବା ବେଳେ ସ୍ୱାମୀ ପରିତ୍ୟକ୍ତା ସବିତା ସଗରିଆ ଓ ତିଲବନୀ ତାଣ୍ଡି ତଥା ବିଧବା ତ୍ରିବେଣୀ ନିଆଲ, ବନିତା ଭୋଇ(୪୫)ଙ୍କୁ ଭତା ମିଳୁନାହିଁ । ସେହିପରି ଏହି ପଂଚାୟତର ଚାନେ୍ଦଲ ଗ୍ରାମର କ୍ଷୀରମଣି ଦଣ୍ଡସେନାଙ୍କ ସ୍ୱାମୀ ଗଣେଷ ଦଣ୍ଡସେନା କିଡନୀ ରୋଗରେ ଆକ୍ରାନ୍ତ ହୋଇ ୩ ବର୍ଷ ତଳେ ମୃତୁ୍ୟ ବରଣ କରି ସାରିଥିଲେ ମଧ୍ୟ ତାଙ୍କୁ ବିଧବା ଭତା ମିଳି ପାରୁନାହିଁ କିମ୍ବା ପରିବାର ମଙ୍ଗଳ ଯୋଜନାରେ ଆର୍ଥôକ ସହାୟତା ମିଳି ପାରିନାହିଁ । ଯଗଲମଣି ଦଣ୍ଡସେନାଙ୍କ ବୟସ ୭୦ ବର୍ଷ, ସ୍ୱାମୀ ମରିବାର ୬ ବର୍ଷ ବିତିଗଲାଣି, ତାଙ୍କୁ ୬୦ ବର୍ଷ ହେଲା ଦିନ ଠାରୁ ଭତା ଖଣ୍ଡେ ପାଇଁ ଅନେକ ଥର ପ୍ରଶାସନ ନିକଟକୁ ଯାଇ ଗୁହାରି କରୁଥିଲେ ମଧ୍ୟ ନିର୍ଦ୍ଧୟ ପ୍ରଶାସନ ତାଙ୍କ ପ୍ରତି ସହାନୁଭୂତି ପ୍ରଦର୍ଶନ କରିପାରୁନି । କନକ ଦଣ୍ଡସେନାଙ୍କ ସ୍ୱାମୀ କର୍ଣ୍ଣ ଦଣ୍ଡସେନା ମଧ୍ୟ କିଡନୀ ରୋଗରେ ମୃତୁ୍ୟ ବରଣ କରିବାର ବର୍ଷେ ପୂରିଲାଣି, ପରିବାର ମଙ୍ଗଳ ଯୋଜନା କିମ୍ବା ବିଧବା ଭତାରେ ସାମିଲ ହୋଇ ପାରି ନାହାନ୍ତି । ଏହାସହ ଗ୍ରାମର ସୁକାନ୍ତି ଗୁରୁଙ୍କ ଦୁଃଖ କହିଲେ ନସରେ, ତାଙ୍କ ସ୍ୱାମୀ ରୂପେଶ୍ୱର ଗୁରୁ ମାନସିକ ସନ୍ତୁଳନ ହରାଇ କୁଆଡେ ଚାଲି ଗଲେ ଯେ ୧୫ ବର୍ଷ ହେଲା ଆସିନାହାନ୍ତି । ତାଙ୍କର ୨ ପୁଅକୁ ଧରି ମାଁ ତିଲୋତମା ହୋତାଙ୍କ ପାଖରେ ପଡି ରହିଛନ୍ତି । ବାପାଙ୍କ ମୃତୁ୍ୟ ହୋଇ ଯାଇଥିବା ବେଳେ ମାଁଙ୍କ ବୟସ ୭୨ ବର୍ଷ । ମାଁ ଓ ଝିଅ ୨ ଜଣ ଅନେକ ଥର ଭତା ଖଣ୍ଡକ ପାଇଁ ଆବେଦନ କରୁଛନ୍ତି କିନ୍ତୁ ଉଭୟଙ୍କୁ ଭତା ମିଳି ପାରୁନାହିଁ । ଜିଲ୍ଲା ପ୍ରଶାସନ ତୁରନ୍ତ ଦୃଷ୍ଟି ଦେଇ ବିଭିନ୍ନ ଯୋଜନାରେ ବଂଚିତ ହିତାଧିକାରୀ ମାନଙ୍କୁ ସାମିଲ କରିବାକୁ ଦାବୀ ହେଉଛି ।
Related Stories
November 23, 2024