-
ସହରରେ ପଡି ରହିଛି କୁଢ଼ କୁଢ଼ ଅଳିଆ
ବାରିପଦା – ବାରିପଦା ପୌରପରିଷଦ ପରିମଳ ବ୍ୟବସ୍ଥାକୁ ନେଇ ଗର୍ବ କରୁଥିଲା । ଏଥି ସହିତ ଅମୃତ ସହରରେ ସାମିଲ ହେବା ପରେ ସମଗ୍ର ଭାରତରେ ପରିମଳ ମୁକ୍ତ ପୌରପରିଷଦ ତାଲିକାରେ ଯୋଡ଼ି ହୋଇଥିଲା । ବର୍ତମାନ ପୌରପରିଷଦର ବିପର୍ଯ୍ୟସ୍ତ ସଫେଇ ବ୍ୟବସ୍ଥା କାରଣରୁ ସହରର ବିଭିନ୍ନ ୱାଡର଼୍ରେ କୁଢ଼ କୁଢ଼ ଅଳିଆ ଜମା ହୋଇ ପରିବେଶକୁ ପ୍ରଦୂଷିତ କରାଉଥିବାର ପରିଲକ୍ଷିତ ହୋଇଛି ଏବଂ ପୂର୍ବ ସୁନାମରେ କଳାଦାଗ ସୃଷ୍ଟି କରାଇ ଦେଇଛି ।
ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ୧୯୦୫ରେ ବାରିପଦା ପୌରପରିଷଦ ପ୍ରତିÂା କରି ପଣ୍ଡିତ ଉକ୍ରଳମଣି ଗୋପବନ୍ଧୁ ଦାଶଙ୍କୁ ପୌରପରିଷଦର ଉପନଗରପାଳ ଭାବେ ନିଯୁକ୍ତି ଦେଇ ସହରର ପରିମଳ ବ୍ୟବସ୍ଥା ସହ ବିଭିନ୍ନ ଦାୟିତ୍ୱ ପ୍ରଦାନ କରିଥିଲେ । ଏହାପରେ ୧୯୪୯ ଜାନୁଆରୀ ୧ରେ ମୟୂରଭଞ୍ଜ ଗଡ଼ଜାତ ରାଜ୍ୟ ଓଡ଼ିଶା ପ୍ରଦେଶ ସହ ମିଶ୍ରଣ ହୋଇ ଜାନୁଆରୀ ୨ରୁ ରାଜ୍ୟର ସ୍ୱତନ୍ତ୍ର ଜିଲ୍ଲା ଭାବେ ଶାଶିତ ହେବାରେ ଲାଗିଲା । ମୟୂରଭଞ୍ଜ ଗଡ଼ଜାତ ରାଜ୍ୟରେ ମହାରାଜାଙ୍କ ଶାସନ ସମୟରୁ ସହରର ପରିମଳ ବ୍ୟବସ୍ଥା ଉପରେ ଗୁରୁତ୍ୱାରୋପ ଦିଆଯାଇ ଆସୁଥିଲା । ବାହାରୁ ଯେତେ ଜଣ ସହରକୁ ଆସିଛନ୍ତି ସମସ୍ତେ ସ୍ୱଚ୍ଛ ନିର୍ମଳ ପରିବେଶର ପ୍ରଶଂସା କରିଥାନ୍ତି । ଏହି ସମୟରେ ୨୦୧୯ରେ ପୌରପରିଷଦର କାଉନସିଲ ବୋଡର଼୍ ଭାଙ୍ଗିବା ପରେ ପରେ ସହରର ସଫେଇ ବ୍ୟବସ୍ଥାରେ ଢ଼ିଲା ହେବାର ପରିଲକ୍ଷିତ ହୋଇଥିଲା । ଏହାପରେ ଗତ ଅକ୍ଟୋବରଠାରୁ ଭୂବନେଶ୍ୱରସ୍ଥିତ ଉକ୍ରଳ ଫେସିଲିଟି ସାର୍ଭିସେସ୍ ପ୍ରାଃ. ଲିଃ. ପୌରପରିଷଦର ସଫେଇ ଟେଣ୍ଡର ନେବା ପରେ ସଫେଇ ବ୍ୟବସ୍ଥା ସମ୍ପୂର୍ଣ୍ଣ ଭାବେ ଠପ୍ ହୋଇଯାଇଥିବାର ଅଭିଯୋଗ ହେଉଛି ।
ମୟୂରଭଞ୍ଜ ଜିଲ୍ଲାର ଅଣରାଜନୈତିକ ସଙ୍ଗଠନ ଭଞ୍ଜସେନା ପକ୍ଷରୁ ବିପର୍ଯ୍ୟସ୍ତ ସଫେଇ ବ୍ୟବସ୍ଥାକୁ ନେଇ ଗଭୀର ଉଦବେଗ ପ୍ରକାଶ କରିବା ସଂଗେସଂଗେ ପୌର ନିର୍ବାହୀ ଅଧିକାରୀ ଓ ଜିଲ୍ଲା ପ୍ରଶାସନର ବାରମ୍ବାର ଦୃଷ୍ଟି ଆକର୍ଷଣ କରିଆସୁଛନ୍ତି । ତଥାପି ସଫେଇ ବ୍ୟବସ୍ଥାରେ ଦେଖାଦେଇଥିବା ଅଚଳାବସ୍ଥା ସୁଧୁରିବାର ନାମ ଧରୁ ନାହିଁ । ବାରିପଦା ସରରର ୱାଡର଼୍ ନଂ ୭ ମଧୁବନ ଅଂଚଳର ରାକେଶ ପୃଷ୍ଟିଙ୍କ ଅଭିଯୋଗ ଆଧାରରେ ପୂର୍ବରୁ ସବୁ କିଛି ଠିକ୍ଠାକ୍ ଚାଲିଥିଲା । କେତେ ମାସ ହେବ ମଧୁବନ ବଗିଚାସାହି ଓ ଡ଼ଙ୍ଗାସାହିର ଅଳିଆ ଆବର୍ଜନା ଆସି ଦୁର୍ଗା ହୋଟେଲ ଛକରୁ ବୁଢ଼ାବଳଙ୍ଗ ନଦୀ ରାସ୍ତା ପାଶ୍ୱର୍ରେ ୪/୫ ଦିନ ଧରି ଅଳିଆ ଜମାହୋଇ ରହୁଛି । ଫଳରେ ଅଳିଆ ଗଦା ପଚି ସଢ଼ି ସେଥିରୁ ଦୁର୍ଗନ୍ଧ ବାହାରୁଛି ଏବଂ ପରିବେଶକୁ ପ୍ରଦୂଷିତ କରାଉଛି । ପୁଣି ପବନରେ ଉଡ଼ି ଏଣେତେଣେ ଜମାହୋଇ ପରିବେଶକୁ ନଷ୍ଟ କରୁଥିବା ସମୟରେ ପୌରପରିଷଦ ଏଦିଗରେ ନିଘାନାହିଁ ପଘା ନାହିଁ ନୀତିକୁ ଆପଣେ ନେଇଥିବାର ଅଭିଯୋଗ କରିଛନ୍ତି ଶ୍ରୀପୁଷ୍ଟି ।