-
ବିଷ୍ଣୁ ଭାଇଙ୍କ ବିୟୋଗରେ ରାଜ୍ୟରେ ଏକ ଉଜ୍ଜ୍ୱଳ ଦୀପ ଲିଭିଲା – ଧର୍ମେନ୍ଦ୍ର ପ୍ରଧାନ
-
ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡାଙ୍କ ସହ ଦିବଙ୍ଗତ ନେତାଙ୍କୁ ଶ୍ରଦ୍ଧାଞ୍ଜଳି ଦେଲେ କେନ୍ଦ୍ରମନ୍ତ୍ରୀ
-
ବିଷ୍ଣୁ ଭାଇଙ୍କ ନେତୃତ୍ୱ ଲମ୍ବା ସମୟ ଧରି ଦଳର କାର୍ଯ୍ୟକର୍ତ୍ତାଙ୍କୁ ପ୍ରେରିତ କରିବ

ଭଦ୍ରକ,ଭଦ୍ରକ ଜିଲ୍ଲା ତିହିଡ଼ି ବ୍ଲକ ଠାରେ ଓଡ଼ିଶା ବିଧାନସଭାର ପୂର୍ବତନ ବିରୋଧୀ ଦଳର ଉପନେତା ଦିବଙ୍ଗତ ବିଷ୍ଣୁ ଚରଣ ସେଠୀଙ୍କ ଦ୍ୱାଦଶାହ ଉପଲକ୍ଷେ ଆୟୋଜିତ ‘ସ୍ମୃତିସଭା’ରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡାଙ୍କ ସହ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସାମିଲ ହୋଇ ଦିବଙ୍ଗତ ନେତାଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି । ବିଷ୍ଣୁ ସେଠୀଙ୍କ ସ୍ମୃତିରେ ପ୍ରକାଶିତ ‘ସ୍ମରଣିକା’ର ଉନ୍ମୋଚନ କରିବା ସହ ଶ୍ରୀ ପ୍ରଧାନ କହିଛନ୍ତି ଯେ ଆମ ସମସ୍ତଙ୍କର ପ୍ରିୟ ବିଷ୍ଣୁ ଭାଇଙ୍କ ବିୟୋଗରେ ରାଜ୍ୟରେ ଏକ ଉଜ୍ଜ୍ୱଳ ଦୀପ ଲିଭିଗଲା ଭଳି ମନେହେଉଛି । ସେ ନିଜ ଜୀବନର ଗୁରୁତ୍ୱପୂର୍ଣ୍ଣ ସମୟରେ ସାମାଜିକ କାମରେ ଯୋଗ ଦେଇଥିଲେ ।
ନିଜ ଅଞ୍ଚଳରେ ଗୋଟିଏ ବିଚାର ଓ ନେତୃତ୍ୱକୁ ସ୍ଥାପିତ କରିବାରେ ଜଣେ ଅନୁଷ୍ଠାନ ଥିଲେ । କେବଳ ଜଣେ ନେତା ତଥା ବିଧାୟକ ନୁହେଁ ବରଂ ସମ୍ବେଦନଶୀଳ ବ୍ୟକ୍ତିତ୍ୱ ଥିଲେ । ଗରିବ ଓ ସାଧାରଣ ଲୋକଙ୍କ ପାଇଁ ସବୁବେଳେ ଚିନ୍ତା କରୁଥିଲେ । ବିଧାନସଭାରେ ନିଜ ଲେଖା ବା କବିତା ମାଧ୍ୟମରେ ନିଜକୁ ସୃଜନଶୀଳ ବ୍ୟକ୍ତିତ୍ୱ ଭାବେ ସ୍ଥାପିତ କରିଥିଲେ । ତାଙ୍କର ନେତୃତ୍ୱ ଲମ୍ବା ସମୟ ଧରି ଆମ କାର୍ଯ୍ୟକର୍ତ୍ତାଙ୍କୁ ପ୍ରେରିତ କରିବ ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି ।
ଶ୍ରୀ ପ୍ରଧାନ ରାଷ୍ଟ୍ରୀୟ ଅଧ୍ୟକ୍ଷ ଶ୍ରୀ ନଡ୍ଡାଙ୍କ ସହ ସ୍ୱର୍ଗତ ବିଷ୍ଣୁ ସେଠୀଙ୍କ ପରିବାର ବର୍ଗଙ୍କୁ ଭେଟି ସମବେଦନା ଜଣାଇଥିଲେ । ପରବର୍ତ୍ତୀ ପର୍ଯ୍ୟାୟରେ ଏହି ଦିବଙ୍ଗତ ନେତାଙ୍କ ସ୍ମୃତିରେ ସଭା ପରିସରରେ ରାଷ୍ଟ୍ରୀୟ ଅଧ୍ୟକ୍ଷ ବୃକ୍ଷରୋପଣ କରିଥିଲେ ।
Editor
ଆମ ସମ୍ପର୍କରେ
ଇଣ୍ଡୋ କଳିଙ୍ଗ ଟାଇମ୍ସ ଓଡିଆ ଭାଷାରେ ସବୁଠାରୁ ଶୀଘ୍ର ଅପ଼଼ଡ଼େଟ ହେଉଥିବା ୱେବସାଇଟ ଓ ୟୁ ଟ୍ୟୁବ ଚ୍ୟାନେଲ । ରାଷ୍ଟ୍ରୀୟ, ଅନ୍ତରାଷ୍ଟ୍ରୀୟ ଓ ବିଶ୍ୱର ସମସାମୟିକ ଖବର ସହିତ ଆମେ ରାଜ୍ୟର ସମସ୍ତ 314ଟି ବ୍ଲକ କଭର କରୁ । ଆପଣ ଆପଣଙ୍କର ଅଂଚଳର ସମସ୍ୟା, ପ୍ରସଙ୍ଗ ଆଦି ଫଟୋ ଓ ଭିଡିଓ କ୍ଲିପ ସହ ପଠାଇ ପାରିବେ । ଆମେ ଆପଣଙ୍କ ସ୍ୱରକୁ ଉଠାଇବୁ ।
HEMANT KUMAR TIWARI
MANAGING EDITOR CUM CEO