
ଭଦ୍ରକ – ସରକାର ବିଦୁ୍ୟତ୍ ଉପଭୋକ୍ତାମାନଙ୍କୁ ଉମ ଗ୍ରାହକ ସେବା େଯାଗାଇ ଦେବାକୁ ଏହି ବିଭାଗର ଘରୋଇକରଣ କରିଥିଲେ। ବିଭାଗୀୟ କର୍ମଚାରୀଙ୍କ ପ୍ରବଳ ବିରୋଧ ସତ୍ବେ ଏହା ଘରୋଇକରଣ ହେଲା। କିନ୍ତୁ ଭଦ୍ରକ ଜିଲାରେ ବିଦୁ୍ୟତ୍ ବନ ଦାୟିତ୍ବରେ ଥିବା ନେସ୍କୋ କଂପାନୀ ଉମ ସେବା ଦେବା ପରିବରେ୍ ଏବେ ଗ୍ରାହକମାନଙ୍କୁ ଲୁଟିବାରେ ଲାଗିଛି। ଦୀର୍ଘଦିନରୁ ପଡିରହିଥିବା ତାରକୁ ନବଦଳାଇବା େଯାଗୁଁ ଅନେକ ସମୟରେ ଗ୍ରାମାଳ ଠାରୁ ଆରମ୍ଭ କରି ସହର ପର୍ଯ୍ୟନ୍ତ ସବୁବେଳେ ବିଦୁ୍ୟତ୍କାଟ ସମସ୍ୟା ସହ ଲୋ ଭୋଲଟେଜ୍ ଉକôଟ ରୂପ ଧାରଣ କରିଛି। ଶୀତଦିନରେ ମଧ୍ଯ ଦୀର୍ଘଦିନ ଧରି ବିଦୁ୍ୟତ୍କାଟ ଚାଲିଛି। ମରାମତି ନାମରେ ପୂର୍ବରୁ ସୂଚନା ନଦେଇ ନେସ୍କୋ କର୍ୃପକ୍ଷ ଦିନକୁ ୧୦ ଘା ପର୍ଯ୍ୟନ୍ତ ବିଦୁ୍ୟତ୍କାଟ କରିବାକୁ ପଛାଉନାହାଁନ୍ତି। ଆମ ରାଜ୍ୟର ଅନ୍ୟ ଜିଲାଗୁଡିକରେ ବିଦୁ୍ୟତ୍କାଟ ସୂଚନା ସଂପୃକ୍ତ କର୍ୃପକ୍ଷ ଖବର କାଗଜ ଓ ଟିଭି ମାଧ୍ଯମରେ ବିଜ୍ଞାପନ ଆକାରରେ ପ୍ରକାଶ କରୁଥିବାବେଳେ ଭଦ୍ରକରେ ତାହା ହେଉନାହó। ଫଳରେ ଉପଭୋକ୍ତା ମାନଙ୍କ ମଧ୍ଯରେ ପ୍ରବଳ ପ୍ରତିକ୍ରିୟା ପ୍ରକାଶ ପାଇଛି। ଅପରପକ୍ଷରେ ଏବେ ବିଦୁ୍ୟତ୍ ବିଲ୍କୁ ନେଇ ମଧ୍ଯ ଜିଲା ତମାମ୍ ଅସନ୍ତୋଷର ବାତାବରଣ ଦେଖାଦେଇଛି। କେଉଁଠି ବିଦୁ୍ୟତ୍ ସଂେଯାଗ ନଥାଇ ବିଲ୍ ଆସିଲାଣି ତ ଆଉ କେଉଁଠି ଅତ୍ୟଧିକ ବିଲ୍ ଆସୁଥିବାର ଅଭିେଯାଗ ହୋଇଛି। ଅନେକ ସମୟରେ ତୃଟିପୂର୍ଣ୍ଣ ବିଲ୍ ଆସୁଥିବାର ଅଭିେଯାଗ ହେଉଥିଲେ ମଧ୍ଯ ଏହାକୁ ସଂଶୋଧନ କରାନଯାଇ ଅର୍ଥ ପୈଠ ନକଲେ ବିଦୁ୍ୟତ୍ ସଂେଯାଗ ବିଚ୍ଛିନ୍ନ କରାଯାଉଥିବାର ନଜିର ମଧ୍ଯ ଦେଖôବାକୁ ମିଳିଛି। ଅନୁରୂପ ଆଉଟ୍ସୋର୍ସିଂ ଷ୍ଟାଫ୍ ଭାବେ କେତେକ ଯୁବକ ନେସ୍କୋର ମିଟର ରିଡିଂ କାର୍ଯ୍ୟରେ ନିୟୋଜିତ ହୋଇଛନ୍ତି। ସେମାନେ ମିଟର ରିଡିଂ ନେବା ସମୟରେ ବହୁ ବେଆଇନ୍ କାର୍ଯ୍ୟ କରିଚାଲିଛନ୍ତି। ଜାଣିଶୁଣି ସଚଳ ମିଟରକୁ ଅକାମୀ କରିଦେଇ ମାସକୁ ମାସ ଏକ ନିଦ୍ର୍ଧିଷ୍ଟ ପରିମାଣର ୟୁନିଟ୍ ଥିବା ଲମ୍ବା କାଗଜ (ବିଲ୍) ସେମାନେ ଧରିଥିବା ମେସିନ୍ରୁ କାଢି ଉପଭୋକ୍ତାଙ୍କୁ ବଢାଇଦେଉଛନ୍ତି। ପ୍ରକୃତ ବିଲ୍ ୧୦୦୦ ଟଙ୍କା େଯଉଁଠାରେ ହେବା କଥା, ସେମାନେ ତାହାକୁ ୨୦୦ ରୁ ୩୦୦ ମଧ୍ଯରେ ସୀମିତ ରଖô ହାତଗୁଂଜା ନେଉଥିବାର ମଧ୍ଯ ଜଣାପଡିଛି। ସେହିପରି ଟ୍ରାନ୍ସଫର୍ମର ଓଭରଲୋଡେଡ୍ ହୋଇଯାଉଥିବା କହି ବିଦୁ୍ୟତ୍ ସଂେଯାଗ ନାମରେ ଉକôଚୋ କାରବାର ମଧ୍ଯ ଚାଲିଛି। ଅପରପକ୍ଷରେ ଘରୋଇକରଣକୁ ବିରୋଧ କରୁଥିବା ବିଦୁ୍ୟତ୍ ବିଭାଗର ବହୁ କର୍ମଚାରୀମାନେ ମଧ୍ଯ କଂପାନୀକୁ ବଦନାମ କରିବାକୁ ମଧ୍ଯ ପଛାଉନାହାଁନ୍ତି। ଏପରିସ୍ଥିତିରେ କଂପାନୀ ସିନା ଟାର୍ଗେଟ୍ ପୂରଣ କରୁଛି, କିନ୍ତୁ େଯତିକି ଲାଭ କରିବା କଥା, ତାହା କରିନପାରି କ୍ଷତିରେ ଚାଲିଛି। ଏହି କ୍ଷତିଭରଣା ପାଇଁ କଂପାନୀ କେତେକ ପଦକ୍ଷେପ ଗ୍ରହଣ କରୁଛି, ଯାହାଫଳରେ ଉପଭୋକ୍ତାମାନେ ଶୋଷଣର ଶୀକାର ହୋଇଚାଲିଛନ୍ତି।