
ଭଦ୍ରକ – ବିଶିଷ୍ଟ କବି କମଳାକାନ୍ତଙ୍କ ୮୫ତମ ଜୟନ୍ତୀ ଉତ୍ସୋବ କବିଙ୍କ ନିଜଗ୍ରାମ ବ୍ରହ୍ମପୁର ହାଇସ୍କୁଲ ପ୍ରାଙ୍ଗଣରେ ପାଳିତ ହୋଇଯାଇଛି। ଡ. ରାଧାରାଣୀ ମହାପାତ୍ର ଉକ୍ତ ଉତ୍ସବକୁ ଉଦ୍ଘାଟନ କରି ନିଜବକ୍ତବ୍ୟରେ ଜଣେ ମହାନ ପୁରୁଷଙ୍କ ଅବଦାନ ଚିର ସ୍ମରଣିୟ ଓ ଆଗାମୀ ପୀଢ଼ି ପାଇଁ ସ୍ବତନ୍ର ଉଦାହରଣ ହୋଇ ରହିବ ବୋଲି ମତବ୍ୟକ୍ତି କରିଥିଲେ। ଏଥିରେ ଡ. ପାନୀ ମହାନ୍ତି ମୁଖ୍ୟ ଅତିଥି ଭାବରେ େଯାଗ ଦେଇ ତାଙ୍କ ସ୍ମୃତି ପୀଠ ଶ୍ରଦ୍ଧା ସୁମନ ଅର୍ପଣ ପୂର୍ବକ କମଳାକାନ୍ତଙ୍କୁ ଭଦ୍ରକର ଅନନ୍ୟ ପୁରୁଷ ଭାବରେ ଓ ସମଗ୍ର କାବ୍ୟ ଜଗରେ ନିତ୍ୟ ନିୟମିତ ଦ୍ରଷ୍ଟା ଭାବରେ ଅଗ୍ରଗଣ୍ୟ ଥିଲେ ବୋଲି ମତବ୍ୟକ୍ତି କରିଥିଲେ। ଡ. ହରିଶ୍ଚନ୍ଦ୍ର ବେହେରା ମୁଖ୍ୟବକ୍ତା, କବି ସରୋଜ ରଂଜନ ମହାପାତ୍ର ବିଶିଷ୍ଟ ଅତିଥି କବି ହୃଦାନନ୍ଦ ପାଣିଗ୍ରାହୀ ସମ୍ମାନିତ ଅତିଥି ଭାବରେ େଯାଗଦେଇ କମଳାକାନ୍ତ କେବଳ କବିତାରେ ଜୀବନ ଜିଇଁଥିଲେ ବୋଲି ମତ ରଖବଥିଲେ। ଏଥିୋର ସଭାପତିତ୍ବ କରିଥିଲେ ସାହିତ୍ୟ ସମାଜର ସ୍ଥାୟୀ ସଭାପତି ବିଶିଷ୍ଟ ଗାଳ୍ପିକ ରଜନୀକାନ୍ତ ମହାନ୍ତି। କବିତା ପାଠୋତ୍ସବରେ ଡ. ମମତା ସାହୁ ସଂେଯାଜକ, ଡ. ଅବନୀ ପ୍ରଧାନ ସଭାପତି, ଗାଳ୍ପିକ ଭୀମପୃଷ୍ଟି, କବି ଅକ୍ଷୟ ଜେନା, ଅନୁଷ୍ଠାନର ସଂପାଦକ ତଥା ଦିବଂଗତ କବିଙ୍କ ସୁପୁତ୍ର ସୀତାଂଶୁ ଲେଙ୍କା େଯାଗଦେଇ ତାଙ୍କ ପ୍ରତି ସମର୍ପିତ ଜୀବନ ଯାପନର ଶପଥ ନେଇଥିଲେ। ସମ୍ବଦ୍ର୍ଧିତ କବି ଅଜୟ ପ୍ରଧାନ ମୁଖ୍ୟ ଅତିଥିଙ୍କ କରକମଳରୁ ତାମ୍ରଫଳକ ଓ ଉରୀୟ ଗ୍ରହଣ କରି କମଳାକାନ୍ତ ଜଣେ ପିତୃତୂଲ୍ୟ ବ୍ୟକ୍ତିତ୍ବର ଅଧିକାରୀଥିଲେ ବୋଲି ମତବ୍ୟକ୍ତି କରିଥିଲେ। କବି ସଂଜିତ୍ ବଳ, ନିର୍ମଳ ସେନାପତି, ବସନ୍ତ ନାୟକ, ବିଜୟ ଜେନା, ଅକ୍ଷୟ ଜେନା, ଭରତ ଦାସ, ପ୍ରଦୀପ୍ତ ମହାନ୍ତି, କାଳନ୍ଦି ମଲ୍ଲିକ, ଗୀତାରଣୀ ଆଇଚ, ବସନ୍ତ ମିଶ୍ର, ପ୍ରଭୃତି ବାହୁ କବି ଓ କବି ଓ କବିୟିତ୍ରୀ କବିତା ଆବୃି କରିଥିଲେ। ଆବାହ ସଂଗୀତ ପରିବେଷଣ କରିଥିଲେ ରାମନାରାୟଣ ପଣ୍ଡା ଓ ତାଙ୍କ ସାଥୀ, ଅତିଥି ପରିଚୟ ଦେଇଥିଲେ କବି ଭରତ ଦାସ ଓ ସମାଜସେବୀ ତଥା କବୀ ଚଇତାଳି ଖôଲାର ଶେଷକଥା ରଖôଥିଲେ।