

ଭଦ୍ରକ – ଏହି ଜିଲାର ବାସୁଦେବପୁର ବ୍ଲକ୍ ଅଧୀନସ୍ଥ ବ୍ରାହ୍ମଣଗାଁ ଗ୍ରାମପାୟତ ମନ୍ମଥପୁର ଗ୍ରାମନିବାସୀ ଠିକା ବିଦୁ୍ୟତ୍ କର୍ମଚାରୀ ଦାଶରଥି ପଣ୍ଡାଙ୍କ ମୃତୁ୍ୟ ପରେ ତାଙ୍କ ପରିବାରକୁ ବ୍ଲକ୍ର ସମସ୍ତ କମୁ୍ୟନିଟି କ୍ୟାଡର ଓ ବ୍ଲକ୍ ପ୍ରଶାସନର ସହେଯାଗରେ ୩୫ ହଜାର ଟଙ୍କା ଆର୍ଥିକ ସହାୟତା ପ୍ରଦାନ କରାଯାଇଛି। ଏଠାରେ ସୂଚନାେଯାଗ୍ୟ ଗତ ବୁଲ୍ବୁଲ୍ ବାତ୍ୟାରେ କ୍ଷତିଗ୍ରସ୍ତ ବିଦୁ୍ୟତ୍ ତାରକୁ ସଜାଡୁଥିବାବେଳେ ୧୧ କେଭି ବିଦୁ୍ୟତ୍ ସଂସ୍ପର୍ଶରେ ଆସି ଦାଶରଥିଙ୍କ ମୃତୁ୍ୟ ଘଟିଥିଲା। ତେବେ ତାଙ୍କର ଏହି ମୃତୁ୍ୟ ପରେ ଓଡ଼ିଶା ଜୀବିକା ମିଶନର ପ୍ରକଳ୍ପ ପରିଚାଳିକା ବୀଣାପାଣି ପଣ୍ଡା, ବ୍ଲକ୍ର ଜୀବିକା ସଂେଯାଜକ ସନ୍ତୋଷ କୁମାର ଜେନା, ଅମୀୟ କୁମାର ମହାପାତ୍ର, ଅନୁସୟା ଜେନା ଓ ଜୟନ୍ତୀ ମଳିକଙ୍କ ଉଦ୍ୟମରେ ବ୍ଲକ୍ର ସମସ୍ତ କମୁ୍ୟନିଟି କ୍ୟାଡର ଓ ବ୍ଲକ୍ ପ୍ରଶାସନର ସହେଯାଗରେ ଦାଶରଥୀଙ୍କ ବାସଭବନରେ ପହô ବ୍ଲକ୍ ଗୋଷ୍ଠୀ ଉନ୍ନୟନ ଅଧିକାରୀ ବିଶ୍ବନାଥ ବିଶ୍ବାଳଙ୍କ ଦ୍ବାରା ୰ ପଣ୍ଡାଙ୍କ ପତ୍ନୀ କୁସୁମଲତାଙ୍କୁ ଉକ୍ତ ସହାୟତା ରାଶି ପ୍ରଦାନ କରିଥିଲେ। ଏଠାରେ ପ୍ରକାଶ ଥାଉକି କୁସୁମଲତା ପଣ୍ଡା ହେଉଛନ୍ତି ଓଡ଼ିଶା ଜୀବିକା ମିଶନର କମୁ୍ୟନିଟି କ୍ୟାଡର ଅଟନ୍ତି।