
କନ୍ଧମାଳ, ଫୁଲବାଣୀ ସହରର ସ୍ଥାନୀୟ କନ୍ଧମାଳ ଷ୍ଟାଡିୟମ ଫୁଲବାଣୀ ଠାରେ ନେହରୁ ଯୁବ କେନ୍ଦ୍ର ଫୁଲବାଣୀ ଓ ଜ଼ିଲ୍ଲା ପ୍ରଶାସନ କନ୍ଧମାଳର ମିଳିତ ଆନୁକୂଲ୍ୟରେ ଜାତୀୟ କ୍ରୀଡ଼ା ଦିବସ ପାଳିତ ହୋଇଯାଇଛି। ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଏସଡିପିଓ ମହେନ୍ଦ୍ରନାଥ ମୁର୍ମୁ ଯୋଗଦେଇଥିବା ବେଳେ ସମାନିତ ଅତିଥି ଭାବରେ ଅବସର ଜ଼ିଲ୍ଲା କ୍ରୀଡ଼ା ଅଧିକାରୀ ଜିତେନ୍ଦ୍ର କୁମାର ମହାକୁଡ଼, ଫୁଟବଲ ପ୍ରଶିକ୍ଷଣ ଯଶପାଲ ଉର୍ମା, ଧନୁତିର ପ୍ରଶିକ୍ଷକ ଆଶାରାମ ହସଦା, ଏବଂ ନେହରୁ ଯୁବକେନ୍ଦ୍ର ଫୁଲବାଣୀର ସହକର୍ମୀ ସତ୍ୟବାନ ଦଳବେହେରା ପ୍ରମୁଖ ଯୋଗ ଦେଇଥିଲେ । ଅନୁଷ୍ଠିତ ଦିବସ ଉପଲକ୍ଷେ ବକୃତାରେ କଇନା ପଟମାଝି ପ୍ରଥମ, ଲେମନ୍ତ ପ୍ରଧାନ ଦ୍ଵିତୀୟ, ରତ୍ନାକର ପାଲଟାସିଂ ତୃତୀୟ, ଚିତ୍ରାଙ୍କନରେ ଦିଲ୍ଲୀପ ରୁପମାଝି ପ୍ରଥମ, ପାଲମୀ ବାଲଦୁମାଝି ଦ୍ଵିତୀୟ, ଅବଳା ଶୁକମାଝି ତୃତୀୟ, ରଚନାରେ ପ୍ରେମ ପିୟୁଷ ବାଘ ପ୍ରଥମ, ପୀତବାସ ଶବର ଦ୍ଵିତୀୟ, କଇନା ପଟମାଝି ତୃତୀୟ, ୧୦୦ ମିଟର ଦୌଡ଼ କୁଦରେ ଅଭିପସ୍ପା ପ୍ରଥମ, ପୀତବାସ ସବର ଦ୍ଵିତୀୟ, ସୁକାନ୍ତ କହ୍ନର ତୃତୀୟ, ଲଙ୍ଗ ଜମ୍ପରେ ପୀତବାସ ଶବର ପ୍ରଥମ, ସୁଧୀର କହ୍ନର ଦ୍ଵିତୀୟ, ଦେବ ପ୍ରସାଦ କହ୍ନର ତୃତୀୟ ହୋଇଥିଲେ। ଭଲିବଲରେ ରେଡ କ୍ଲବ ଫୁଲବାଣୀ ବିଜୟୀ, ବ୍ଲୁ କ୍ଲବ ଫୁଲବାଣୀ ଉପ ବିଜେତା, ହକି ରେ ଗ୍ରୀନ ଦଳ ଫୁଲବାଣୀ ବିଜେତା ଏବଂ ଅରେଞ୍ଜ ଦଳ ଫୁଲବାଣୀ ଉପ ବିଜେତା ହୋଇଥିଲେ। ସେହିପରି ଫୁଟବଲ ମ୍ଯାଚ ବୁଢ଼ାଦାନୀ ଫୁଟବଲ ଟିମ ଓ କ୍ରୀଡାଛାତ୍ର ଟିମ ମଧ୍ୟରେ ଅନୁଷ୍ଠିତ ହୋଇଥିଲା। କ୍ରୀଡା ଛାତ୍ରବାସ ଫୁଲବାଣୀ ୩-୨ ଗୋଲ ରେ ବୁଢ଼ା ଦାନୀ ଟିମକୁ ପରାସ୍ତ କରି ଚମ୍ପିୟାନ ହୋଇଥିଲେ। ଖେଳଟିକୁ ରେଫରୀ ଭାବରେ ଅଭିରାମ ମହାନ୍ତି ପରିଚାଳନା କରିଥିବା ବେଳେ ଲାଇନମେନ ଭାବରେ ମୁକେଶ ପ୍ରଧାନ ଓ କିଶନ କହ୍ନର ସହଯୋଗ କରିଥିଲେ।
ମୁଖ୍ୟ ଅତିଥି ଅନୁଷ୍ଠିତ ଦିବସର ମୂକ୍ଷ ଲକ୍ଷ୍ୟ ଓ ଉଦେଶ୍ୟ ବିଷୟରେ ଉପଷ୍ଠିତ ଖେଳପ୍ରେମୀ ଭାଇ ଓ ଭଉଣୀ ମାନଙ୍କୁ ଅବଗତ କରିଥିଲେ । ବିଭିନ୍ନ ପ୍ରତିଯୋଗିତାରେ ବିଜୟୀ ପ୍ରତିଯୋଗୀ ମାନଙ୍କୁ ମୁଖ୍ୟ ଅତିଥିଙ୍କ ଦ୍ଵାରା ଟ୍ରଫି ଓ ପ୍ରଣାମ ପତ୍ର ପ୍ରଦାନ କରାଯାଇଥିଲା। ବୈଠକରେ ନେହରୁ ଯୁବକେନ୍ଦ୍ର ଫୁଲବାଣୀର ସହ କର୍ମୀ ସତ୍ୟବାନ ଦଳବେହେରା ମୁଖ୍ୟ ଅତିଥି, ଅନ୍ୟାନ୍ୟ ଅତିଥି ଓ ଉପସ୍ଥିତ କ୍ରୀଡ଼ା ପ୍ରେମୀ ଭାଇ ଓ ଭଉଣୀ ମାନଙ୍କୁ ସ୍ଵାଗତ କରିଥିବା ବେଳେ ଆଶା ରାମ ହଂସଦା ଧନ୍ୟବାଦ ଅର୍ପଣ କରି ସଭା ସାଙ୍ଗ କରିଥିଲେ ।