ଧର୍ମଶାଳା,ଯାଜପୁର ଜିଲା ବଡଚଣା ବ୍ଲକ ବୈରୀ ଉଚ୍ଚ ବିଦ୍ୟାଳୟ ପକ୍ଷରୁ ଏକ ଦିବସୀୟ ବିଜ୍ଞାନ ପ୍ରଦର୍ଶନ ଅନୁଷ୍ଠିତ ହୋଇଯାଇଛି । ପ୍ରଧାନଶିକ୍ଷକ ବାଇଧର ସାମଲଙ୍କ ପ୍ରତ୍ୟେକ୍ଷ ତତ୍ୱଧାନରେ ଏହି ପ୍ରଦର୍ଶନରେ ମୋଟ ୭୬ ଜଣ ଛାତ୍ରଛାତ୍ରୀ ଅଂଶ ଗ୍ରହଣ କରିଥିଲେ । ଏହି ପ୍ରଦର୍ଶନରେ ଛାତ୍ରଛାତ୍ରୀମାନେ ବାୟୁ ପ୍ରଦ୍ୟୁଷଣ ଓ ଏହାର ନିରାକରଣ,ସୌର ପ୍ରକଳ୍ପ,ଜୈବ ବିବିଧତା,ବିଶ୍ୱ ତାପ ନିୟନ୍ତ୍ରଣ ଓ ଏହାର ନିରାକରଣ ଆଦି ପ୍ରଦର୍ଶନ କରି ଅତିଥିମାନଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ବିଜ୍ଞାନ ଶିକ୍ଷୟିତ୍ରୀ ମମତା ଦାସଙ୍କ ସହଯୋଗରେ ଛାତ୍ରଛାତ୍ରୀମାନେ ବିଜ୍ଞାନ ସମ୍ମତ ଯୁକ୍ତି ଉପସ୍ଥାପନ କରିଥିଲେ । ସମିଆସ୍ଥିତ ରାଜେନ୍ଦ୍ର ପୂର୍ଣ୍ଣଚନ୍ଦ୍ର ଉଚ୍ଚ ବିଦ୍ୟାଳୟର ଧୁଶାସନ ରାଉତ,ଚଣ୍ଡିତଳ ବିଦ୍ୟାଳୟର ଗୋପିନାଥ ସେନାପତି ଓ ସୋଲର ସରକାରୀ ବିଦ୍ୟାଳୟର ମୋନାଲିସା ସାହୁ ପର୍ଯ୍ୟବେକ୍ଷକ ଦାୟିତ୍ୱ ତୁଲାଇ ଥିଲେ । ପୁରାତନ ଛାତ୍ର ସଭାପତି ବିଶ୍ୱଜିତ ମହାନ୍ତି ଯୋଗଦେଇ ଛାତ୍ରଛାତ୍ରୀମାନଙ୍କୁ ବିଜ୍ଞାନ ସମ୍ବନ୍ଧୀୟ ପ୍ରଶ୍ନ ପଚାରିଥିଲେ । ସାଧୁଚରଣ ବେହେରା, ପ୍ରଜ୍ଞା ପରମିତା ନାୟକ, ସନ୍ଧ୍ୟାରାଣୀ ନାୟକ, ସୁନିଲ ସାହୁ, ସୁରେଶ ବେହେରା, ବିଭୂତିଭୁଷଣ ସେଠୀ ଓ ଶରତ ଖୁଂଟିଆ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।