ଜୟପୁର, ଅବିଭକ୍ତ କୋରାପୁଟ ଜିଲାରେ ହାଇକୋର୍ଟର ସ୍ଥାୟୀ ବେଂଚ ପ୍ରତିଷ୍ଠା ଦାବୀରେ ପ୍ରତ୍ୟେକ ମାସର ଶେଷ ୨ ଦିନ କାର୍ଯ୍ୟବନ୍ଦ ନିଷ୍ପତି ହୋଇଛି । ଏହି ପରିପ୍ରେକ୍ଷୀରେ ଜୟପୁର ସ୍ଥିତ ଜିଲା ଓକିଲ ସଂଘର ନିଷ୍ପତି କ୍ରମେ ଜୁଲାଇ ୨୮ ଓ ୨୯ ତାରିଖ ୨ ଦିନ ଓକିଲ ମାନେ କାର୍ଯ୍ୟବନ୍ଦ କରିବା ସହ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ଉକ୍ତ ୨ ଦିନ ଜେଲରେ ଥିବା ବିଚାରାଧିନ କଏଦିର ଜାମିନ ହିଁ ଶୁଣାଣି ହୋଇଛି । ତା ଛଡା ଅନ୍ୟ କୌଣସି ମାମଲାର ବିଚାର କି ଶୁଣାଣି ହୋଇପାରି ନାହିଁ । ଜୟପୁରରେ ୨୦ଟି କୋର୍ଟ ଥିବାରୁ ସମସ୍ତ କୋର୍ଟରେ ଆଇନଜୀବି ମାନେ ଅନୁପସ୍ଥିତ ରହି ଜିଲା କୋର୍ଟ ସମ୍ମୁଖରେ ଧାରଣାରେ ବସିବା ସହ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ପ୍ରତ୍ୟେକ ମାସର ଶେଷ ଦୁଇ ଦିନ କାର୍ଯ୍ୟାଦେଶରେ ଓକିଲ ମାନେ ଉକ୍ତ ଦାବି ନେଇ କାର୍ଯ୍ୟ ବନ୍ଦ କରି ଆସୁଛନ୍ତି।
ବିକ୍ଷୋଭରେ ସଂଘ ଜିଲା ସଭାପତି ସରୋଜ ଦାଶ, ସମ୍ପାଦକ ଆନନ୍ଦ ରଥ, ଉପ ସଭାପତି ଗିରିଧର ଖରା ପ୍ରମୁଖ ଉପସ୍ଥିତ ଥିଲେ ।
ଏଠାରେ ଉଲ୍ଲେଖଯୋଗ୍ୟ, ଅବିଭକ୍ତ କୋରାପୁଟ ଜିଲାର ଯେକୌଣସି ଠାରେ ହାଇକୋର୍ଟ ବେଂଚ ପ୍ରତିଷ୍ଠା ଦାବୀ ନେଇ ଦୀର୍ଘ ୨୦୦୮ ମସିହାରୁ ଦାବୀ ହୋଇଆସୁଛି ।