ମାଲକାନଗିରି, ୭୩ ତମ ବନ ମହୋତ୍ସବ ପାଳନ ଅବସରରେ ବାଲିମେଳା ବନାଞ୍ଚଳ ପକ୍ଷରୁ କୁଡୁମୁଲୁଗୁମ୍ମା ସ୍ଥିତ ପ୍ରଥମଶ୍ରେଣୀ ବିଚାର ବିଭାଗୀୟ ଦେୱାନୀ ଅଦାଲତ ପରିସରରେ ଏକ ଚାରା ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ କୁଡୁମୁଲୁଗୁମ୍ମା ଅଦାଲତର ମାନ୍ୟବର ଦଣ୍ଡାଧିକାରୀ ସୁମନ୍ତ କୁମାର ପଟ୍ଟନାୟକ, ବାଲିମେଳା ବନଖଣ୍ଡ ରେଞ୍ଜର ଜଗନ୍ନାଥ ପ୍ରସାଦ ବିଶୋଇ, କୁଡୁମୁଲୁଗୁମ୍ମା ବନପାଳ ଜ୍ୟୋତି ଡୁଙ୍ଗ ଡୁଙ୍ଗ, ସରକାରୀ ଓକିଲ ସରୋଜ କୁମାର ସାହୁ, ଓକିଲ ଭକ୍ତ ଚରଣ ବନୀକ, ଅଦାଲତ କର୍ମଚାରୀ କାର୍ତ୍ତିକ ସାଈନ, ଫରେଷ୍ଟ ଗାର୍ଡ ଜଗନ୍ନାଥ ସାହୁ ଓ ଲକ୍ଷ୍ମୀ କବାସୀ ପ୍ରମୁଖ କର୍ମଚାରୀ ମାନେ ଉପସ୍ଥିତ ରହି ଅଦାଲତ ପରିସରରେ ବିଭିନ୍ନ ପ୍ରକାରର ଚାରା ରୋପଣ କରିଥିଲେ । ମାନ୍ୟବର ମାଜିଷ୍ଟ୍ରେଟ ଶ୍ରୀ ପଟ୍ଟନାୟକ ସମସ୍ତ କର୍ମଚାରୀ ମାନଙ୍କୁ ଉପଯୁକ୍ତ ସ୍ଥାନରେ ଗୋଟିଏ ଗୋଟିଏ ଚାରା ଲଗାଇବା ସହ, ଉକ୍ତ ଚାରାଟି ବଡ ହେବା ପର୍ଯ୍ୟନ୍ତ ତାହାର ଉପଯୁକ୍ତ ଯତ୍ନ ନେବାକୁ କହିଥିଲେ ।
ରେଞ୍ଜର ଶ୍ରୀ ବିଶୋଇ କହିଛନ୍ତି ଯେ, ସାମ୍ପ୍ରତିକ ପରିସ୍ଥିତିରେ ବିଶ୍ବକୁ ପ୍ରଦୂଷଣ ନିୟନ୍ତ୍ରଣ କରିବାକୁ ହେଲେ ସମସ୍ତଙ୍କୁ ସବୁଜ ବଳୟର ପରିବେଶ ସୃଷ୍ଟି ଉଦ୍ଦେଶ୍ୟରେ ଚେଷ୍ଟା ଜାରି ରଖିବା ପାଇଁ ଅନୁରୋଧ କରିବା ସହ ଆଜିର ବନ ମହୋତ୍ସବ କାର୍ଯ୍ୟକ୍ରମଟି ସମସ୍ତଙ୍କ ସହଯୋଗରେ ସାଫଲ୍ୟ ହୋଇଥିବାରୁ ଧନ୍ୟବାଦ ଅର୍ପଣ କରିଥିଲେ ।