ମାଲକାନଗିରି,ମାଲକାନଗିରି ଜିଲ୍ଲା ସ୍ଵାମୀ ବିବେକାନନ୍ଦ ଲୋକ ସଂସଦ ମାଲକାନଗିରି ଶାଖା ଆନୁକୂଲ୍ୟରେ ଏହାର ବିଚାରଧାରା ବିଭାଗ ଦ୍ଵାରା ଏକାଦଶତମ ଇ-ପାଠଚକ୍ର କୋରାପୁଟର ଦେଶିଆ ଭାଷା ଉପରେ ଅନୁଷ୍ଠିତ ହୋଇଥିଲା। ଉକ୍ତ କାର୍ଯ୍ୟକ୍ରମରେ ଶହୀଦ ଲକ୍ଷ୍ମଣନାୟକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ବୈପାରିଗୁଡାର ଓଡ଼ିଆ ଅଧ୍ୟାପକ ଡଃ. ସଦାନନ୍ଦ ଅଢାରି କୋରାପୁଟର ଦେଶିଆ ଭାଷା ଉପରେ ନିଜର ଗବେଷଣା ଲବ୍ଧ ବକ୍ତବ୍ୟ ପ୍ରଦାନ କରିଥିଲେ। କାର୍ଯ୍ୟକ୍ରମରେ ଜିଲ୍ଲା ଲୋକସଂସଦ ଶାଖାର ସମ୍ପାଦକ ଡଃ. ରଂଜନ କୁମାର ସ୍ବାଇଁ ସଭାପତିତ୍ଵ କରିଥିଲେ। ଶିକ୍ଷକ ପ୍ରମୋଦ କୁମାର ସେନାପତିଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଲୋକସଂସଦର ଆଜୀବନ ସଦସ୍ୟା ସାଧନା ମଣ୍ଡଳ ମନ୍ତ୍ର ପାଠ କରିଥିଲେ।
ପାଠଚକ୍ର ପ୍ରାରମ୍ଭରେ ସଂସାରୀ ଲେଙ୍କା ବିବେକବାଣୀ ପାଠ କରିଥିବା ବେଳେ ଦୀପ୍ତିରେଖା ସ୍ବାଇଁ ଧନ୍ୟବାଦ ଅର୍ପଣ କରିଥିଲେ। ସଭା ସମାପ୍ତିରେ ଅଙ୍ଗୁରବାଳା ସ୍ବାଇଁ ମନ୍ତ୍ରପାଠ କରିଥିଲେ । ଆଭାସି ଇ-ପାଠଚକ୍ରରେ ଜିଲ୍ଲା ତଥା ସମଗ୍ର ରାଜ୍ୟରୁ ୪୦ରୁ ଉର୍ଦ୍ଧ୍ବ ସଦସ୍ୟ ଅଂଶଗ୍ରହଣ କରିଥିଲେ।