ଭୁବନେଶ୍ୱର – ୨୦୧୫-୧୬ ରୁ ୨୦୧୮-୧୯ ସୁଦ୍ଧା ୧୦ ରୁ କମ୍ ଛାତ୍ର ଛାତ୍ରୀ ଥିବା ପ୍ରାଥମିକ, ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଗୁଡ଼ିକୁ ଜିଲ୍ଲାସ୍ତରରେ ଉପଯୁକ୍ତ ଭାବେ ଯାଂଚ କରାଯାଇ ବନ୍ଦ କରାଯାଇଛି । ରାଜ୍ୟରେ ୧୨୩୬ଟି ପ୍ରାଥମିକ ବିଦ୍ୟାଳୟ ଓ ୪୨ ଗୋଟି ଉଚ୍ଚ ପ୍ରାଥମିକ ବିଦ୍ୟାଳୟକୁ ଉପରୋକ୍ତ ନିୟମ ଅନୁଯାୟୀ ବନ୍ଦ କରାଯାଇଛି । ୨୦୧୯-୨୦ରେ ଅଦ୍ୟାବଧି ୪୭୫ ଗୋଟି ପ୍ରାଥମିକ ଓ ୧୩ ଗୋଟି ଉଚ୍ଚ ପ୍ରାଥମିକ ବିଦ୍ୟାଳୟକୁ ୧୦ କିମ୍ବା ୧୦ରୁ କମ୍ ଛାତ୍ର ଛାତ୍ରୀ ଥାଇ ବନ୍ଦ କରାଯାଇଛି । ସେହିପରି ୩ ଗୋଟି ସରକାରୀ ଉଚ୍ଚ ବିଦ୍ୟାଳୟ, ୩ ଗୋଟି ଅନୁଦାନ ପ୍ରାପ୍ତ ବିଦ୍ୟାଳୟକୁ ଉପସ୍ଥାନ ହ୍ରାସ କାରଣରୁ ବନ୍ଦ କରାଯାଇଛି । ସେହିପରି ୩ ଗୋଟି ଉଚ୍ଚ ବିଦ୍ୟାଳୟକୁ ମଧ୍ୟ ବନ୍ଦ କରାଯାଇଛି । ବନ୍ଦ ବିଦ୍ୟାଳୟର ଛାତ୍ର ଛାତ୍ରୀଙ୍କୁ ନିକଟବର୍ତୀ ଉଚ୍ଚ ବିଦ୍ୟାଳୟ ଗୁଡ଼ିକରେ ନାମ ଲେଖାଇ ଶିକ୍ଷାଦାନ ବ୍ୟବସ୍ଥା କରାଯାଇଛି । ନିକଟସ୍ଥ ପ୍ରାଥମିକ, ଉଚ୍ଚ ପ୍ରାଥମିକ, ଉଚ୍ଚ ବିଦ୍ୟାଳୟ ଯଦି ୧ କିଲୋମିଟର ଓ ୩ କିଲୋମିଟରରୁ ଅଧିକ ଦୂରତା ଥାଏ ତେବେ ସେଥିନିମନ୍ତେ ଛାତ୍ର ଛାତ୍ରୀ ମାନଙ୍କୁ ପରିବହନ ଓ ଅନୁଗାମୀ ଭତା ପ୍ରଦାନ କରାଯାଇ ବିଦ୍ୟାଳୟକୁ ଅଣାଯାଉଛି ବୋଲି ବିଭାଗ ପକ୍ଷରୁ କୁହାଯାଇଛି ।
Related Stories
November 30, 2024