ବଲାଙ୍ଗିର,ସ୍ଵାଧୀନତାର ଅମୃତ ମହୋତ୍ସବ ଉପଲକ୍ଷ୍ଯେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ହିମାଚଳ ପ୍ରଦେଶ ଗସ୍ତ କରି ଶିମଲା ଠାରେ ଗରିବ ଉନ୍ମୋଲନର ୧୩ ଗୋଟି ଯୋଜନାର ହିତାଧିକାରୀ ମାନଙ୍କର ସହିତ ସିଧାସଳଖ ପ୍ରସାରଣ ବଲାଙ୍ଗିର ପତିତପାବନ ଏକାଡେମୀ ଠାରେ ଜିଲ୍ଲାପରିଷଦ ପକ୍ଷରୁ ଆୟୋଜନ ହୋଇଥିଲା। ଦିନ ୧୧ ଟା ବେଳେ ପି ଡି ଡି ଆର୍ ଡିଏ ସୁଶାନ୍ତ ସିଂହ ଏଠାରେ ଉପସ୍ଥିତ ଥିବା ୧୫୦ରୁ ଅଧିକ ହିତାଧିକାରୀ, ବିଭାଗୀୟ ଅଧିକାରୀ, ମିଡିଆ ଓ ଅତିଥି ମାନଙ୍କୁ ସ୍ଵାଗତ କରିଥିଲେ।
ଏଠାରେ ଜିଲ୍ଲାପରିଷଦ ଅଧ୍ୟକ୍ଷ ଦେବକୀ ସାହୁ, ବଲାଙ୍ଗିର ପୌର ପରିଷଦର ଅଧ୍ୟକ୍ଷା ଲିକା ସାହୁ, ଜିଲ୍ଲା ପରିଷଦର ସଦସ୍ଯ ଶିବଦତ୍ତ ମିଶ୍ର ଅତିଥିଭାବେ ଯୋଗଦେଇ ଥିଲାବେଳେ କାଯ୍ୟକ୍ରମକୁ ବଲାଙ୍ଗିର ମୁନିସିପାଲଟି ଅଧ୍ୟକ୍ଷା ଶ୍ରୀମତୀ ସାହୁ ପ୍ରଦୀପ ପ୍ରଜ୍ଵଳନ କରି ଶୁଭାରମ୍ଭ କରିଥିଲେ।