ପୁରୀ – ଅତ୍ୟାଧୁନିକ ସ୍ୱର୍ଗଦ୍ୱାର ନିର୍ମାଣ ପାଇଁ ଅଧିକ ଜମି ଆବଶ୍ୟକ । ୧୮୯୯ ମସିହା ଜମିପଟା ଅନୁଯାୟୀ ସ୍ୱର୍ଗଦ୍ୱାରରେ ୧୬ ଏକରରୁ ଅଧିକ ଜମି ରହିଥିଲା । କାଳକ୍ରମେ ଜବରଦଖଲକାରୀ ହତପଟା ଜରିଆରେ ନିଜ ନାମରେ କରାଇନେଇ ବଡ଼ବଡ଼ ହୋଟେଲ ନିର୍ମାଣ କରିଛନ୍ତି । ସେଇ ହୋଟେଲ ଗୁଡ଼ିକ ଭାଙ୍ଗି ସ୍ୱର୍ଗଦ୍ୱାରର ଉନ୍ନତି କରିବା ପାଇଁ ସଚେତନ ନାଗରିକ ମଂଚର ସଭାପତି ପ୍ରସନ୍ନ କୁମାର ଦାଶ ମୁଖ୍ୟମନ୍ତ୍ରୀଙ୍କୁ ଅଭିଯୋଗ ପତ୍ର ପଠାଇଛନ୍ତି ।
ବର୍ତମାନ ସ୍ୱର୍ଗଦାର ୪୬୫ ଡ଼ିସିମିଲି ସ୍ଥାନରେ ରହିଛି । ୧୪ଟି ଶବଦାହ ପିଣ୍ଡି, ଅସ୍ଥି ରଖିବା ସ୍ଥାନ, ଶବ ବାହକ ବିଶ୍ରାମ ଗୃହ, ଶୌଚ ଓ ସ୍ନାନ ପାଇଁ ବର୍ତମାନ ରହିଥିବା ଅଚଂଳ ସୁବିଧାଜନକ ହେବ ନାହିଁ । ଏଣୁ ନିକଟରେ ଥିବା ଜବରଦଖଲକାରୀ ହୋଟେଲ, ଲଜ୍ ଓ ଦୋକାନଗୃହ ଗୁଡ଼ିକୁ ଉଚ୍ଛେଦ କରାଯାଇ ଏøତିହ୍ୟ ସ୍ୱର୍ଗଦ୍ୱାର ନିର୍ମାଣ କରିବା ପାଇଁ ଶ୍ରୀ ଦାଶ ଦାବି କରିଛନ୍ତି ।