ପୁରୀ – ଫନୀ ବାତ୍ୟା ପରେ ଘରଭଙ୍ଗା ସାହାଯ୍ୟକୁ ନେଇ ପୁରୀ ଜିଲ୍ଲାରେ ମହାସମସ୍ୟା ସୃଷ୍ଟି ହୋଇଛି । ଘରଭଙ୍ଗା ଅନୁଧ୍ୟାନ ଠିକ୍ ଭାବେ ନହୋଇ ରିପୋର୍ଟ ଯାଇଥିବାରୁ ଅଯୋଗ୍ୟ ହିତାଧିକାରୀମାନେ ସରକାରୀ ଅର୍ଥ ଲୁଟ୍ କରିଥିବା ଅଭିଯୋଗ ହୋଇଛି । ଫନୀ ବାତ୍ୟାରେ ପୁରୀ ଜିଲ୍ଲାରେ ୧୧ଟି ବ୍ଲକର ଚାଷୀମାନଙ୍କ ଆର୍ଥିକ ମେରୁଦଣ୍ଡ ଭାଙ୍ଗିଯାଇଛି । ଧାନ, ପାନ, ମୀନ ଓ ନଡ଼ିଆଚାଷ ଉଜୁଡ଼ି ଯାଇଛି । ପରିବା ଚାଷୀ ହତାସ ହୋଇଛନ୍ତି । ତେବେ ପ୍ରକୃତ ଚାଷୀ କ୍ଷତିପୂରଣ ପାଇପାରିନାହାନ୍ତି । ସରକାରୀ କର୍ମଚାରୀମାନେ ମୂଷା ସଦୃଶ ହାତ ଚିକ୍ମଣ କରି ଫନୀ ଆର୍ଥିକ ଗୋଦାମକୁ ଖାଇ ଯାଇଛନ୍ତି ବୋଲି ନାରୀକଳ ଉତ୍ପାଦକ ସଂଘର ସଂପାଦକ କୃଷକ ନେତା ତପନ ଉପାଧ୍ୟାୟ ଦାବି କରିଛନ୍ତି । ପ୍ରଥମେ ଏହି ଦୁର୍ନୀତିଗ୍ରସ୍ତ ମୂଷାମାନଙ୍କୁ ଧରିବା ପାଇଁ ସଂଘ ଦାବିକରିଛି । ପଚାଂୟତର ଗ୍ରାମ ସଭା ସବୁଠାରୁ ଶକ୍ତିଶାଳି ବ୍ୟବସ୍ଥା । ଗ୍ରାମସଭା ନକରି ସରକାରୀ କର୍ମଚାରୀମାନେ ତାଲିକା ଦେଇଥିବାରୁ ବହୁ ତ୍ରୁଟି ବିଚ୍ୟୁତି ଦେଖିବାକୁ ମିଳିଥିଲା । ଯାହାଫଳରେ ପ୍ରତିଦିନ ଦୁଇ ହଜାରରୁ ଉଦ୍ଧ୍ୱର୍ ଲୋକ ଜିଲାପାଳଙ୍କ କାର୍ଯ୍ୟାଳୟ ଠାରେ ରୁଣ୍ଡ ହେଉଛନ୍ତି । ଫନୀ ବାତ୍ୟାରେ ଯୋଗ୍ୟ ହିତାଧିକାରୀ ଅଯୋଗ୍ୟ ହୋଇଥିବା ବେଳେ ଅଯୋଗ୍ୟ ଫନୀ ହିତାଧିକାରୀ ୯୫ ହଜାର ଟଙ୍କା ହାତେଇଥିବା ଅଭିଯୋଗ ହୋଇଛି । ଲୋକମାନେ ମଜୁରୀ ଛାଡ଼ି ଦରଖାସ୍ତ ଦେବାପାଇଁ ଦିନ ତମାମ ଠିଆ ହେଉଛନ୍ତି । ଛୋଟ ଓ ବଡ଼ ମୂଷାମାନଙ୍କୁ ଧରିବା ପାଇଁ ସାମ୍ୟବାଦୀ ନେତା ଶ୍ରୀ ଉପାଧ୍ୟାୟ ଜଣାଇଛନ୍ତି ।
Related Stories
December 2, 2024