ନୂଆଦିଲ୍ଲୀ – ଏକାଦଶ ବି୍ରକ୍ସଶିଖର ସମ୍ମିଳନୀରେ ଯୋଗ ଦେବାଲାଗି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ନଭେମ୍ବର ୧୩ରୁ ୧୪ ତାରିଖ ପର୍ଯ୍ୟନ୍ତ ବ୍ରାଜିଲର ବ୍ରାସିଲିଆ ଗସ୍ତ କରିବେ । ଚଳିତବର୍ଷ ବ୍ରିକ୍ସଶିଖର ସମ୍ମିଳନୀର ବିଷୟବସ୍ତୁ “ଏକ ଅଭିନବଭବିଷ୍ୟତ ପାଇଁ ଆର୍ଥିକ ଅଭିବୃଦ୍ଧି” ରଖାଯାଇଛି ।
ଷÂ ଥର ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ରମୋଦୀ ବ୍ରିକ୍ସଶିଖର ସମ୍ମିଳନୀରେ ଯୋଗ ଦେବେ । ପ୍ରଥମ ଥର ୨୦୧୪ରେ ବ୍ରାଜିଲର ଫୋର୍ଟାଲିଜାଠାରେ ଅନୁÂିତ ବ୍ରିକ୍ସଶିଖର ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ଯୋଗ ଦେଇଥିଲେ ।
ବ୍ରିକ୍ସବ୍ୟବସାୟ ମଂଚରେ ଯୋଗ ଦେବାଲାଗିଏହ ିଗସ୍ତରେ ଭାରତରୁ ଏକ ବଡ ÿବ୍ୟବସାୟୀ ପ୍ରତିନିଧି ଦଳ ସାମିଲ ହେବେ ବୋଲି ଆଶା କରାଯାଉଛି ।ଏହି ମଂଚରେ ସମସ୍ତ ୫ଟି ଦେଶର ବ୍ୟବସାୟୀ ପ୍ରତିନିଧିମାନେ ଅଂଶଗ୍ରହଣ କରିବେ ।
ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁତିନ, ଚୀନ ରାଷ୍ଟ୍ରପତିସିଜିନପିଙ୍ଗଙ୍କସହିତ ପୃଥକ ଦ୍ୱିପାକ୍ଷିକ ବୈଠକରେ ପ୍ରଧାନମନ୍ତ୍ରୀ ଯୋଗ ଦେବେ ।ଏହାଛଡ଼ାସେବ୍ରିକ୍ସବ୍ୟବସାୟମଂଚର ଉଦଯାପନୀ ସମାରୋହ ଏବଂ ଏକାଦଶତମ ବ୍ରିକ୍ସଶିଖର ସମ୍ମିଳନୀର ରୁଦ୍ଧଦ୍ୱାର ଓ ପୂର୍ଣ୍ଣକାଳୀନ ଅଧିବେଶନରେ ଯୋଗଦେବେ ।
ରୁଦ୍ଧଦ୍ୱାର ଅଧିବେଶନରେ ସାମ୍ପ୍ରତିକ ବିଶ୍ୱରେ ରାଷ୍ଟ୍ରୀୟ ସାର୍ବଭୌମତ୍ୱ ପ୍ରୟୋଗ କରିବା କ୍ଷେତ୍ରରେ ରହିଥିବା ଆହ୍ୱାନ ଏବଂ ସୁଯୋଗ ବିଷୟରେ ଆଲୋଚନା ହେବ ବୋଲି ଆଶା କରାଯାଉଛି । ଏହାପରେ ବ୍ରିକ୍ସ ପୂର୍ଣ୍ଣକାଳୀନ ଅଧିବେଶନ ଅନୁÂିତହେବ, ଏଥିରେ ନେତାମାନେ ବି୍ରକ୍ସ ସମାଜର ଅର୍ଥନୈତିକ ବିକାଶ ପାଇଁ ଆନ୍ତଃ ବ୍ରିକ୍ସସହଯୋଗ ବିଷୟରେ ଆଲୋଚନାକରିବେ ।
ଏହାପରେ ପ୍ରଧାନମନ୍ତ୍ରୀ ବ୍ରିକ୍ସ ବ୍ୟବସାୟ ପରିଷଦ ସହିତ ବ୍ରିକ୍ସ ନେତାମାନଙ୍କ ବୈଠକରେ ଯୋଗ ଦେବେ । ଏଥିରେ ବ୍ରାଜିଲୀୟ ବ୍ରିକ୍ସ ବ୍ୟବସାୟ ପରିଷଦର ଅଧ୍ୟକ୍ଷ ଏବଂ ନୁ୍ୟ ଡେଭଲପମେଂଟ ବ୍ୟାଙ୍କର ଅଧ୍ୟକ୍ଷ ରିପୋର୍ଟ ଉପସ୍ଥାପନ କରିବେ ବୋଲି ଆଶା କରାଯାଉଛି ।
ଏହାର କିଛିସମୟ ପରେ ବାଣିଜ୍ୟ ଓ ନିବେଶ ପ୍ରୋତ୍ସାହନ ସଂସ୍ଥା ମଧ୍ୟରେ ବ୍ରିକ୍ସ ବୁଝାମଣା ସ୍ୱାକ୍ଷରିତହେବ ।
ଶିଖର ସମ୍ମିଳନୀର ଶେଷରେ ନେତାମାନେ ଏକ ମିଳିତ ଘୋଷଣାନାମା ଜାରି କରିବେ ।
ବିଶ୍ୱର ୪୨ପ୍ରତିଶତ ଜନସଂଖ୍ୟା ଥିବା ୫ଟି ବୃହତ ଅର୍ଥବ୍ୟବସ୍ଥାକୁ ନେଇ ବ୍ରିକ୍ସ ଗଠିତ ହୋଇଛି । ବିଶ୍ୱର ଜିଡିପିଏବଂ ବ୍ୟବସାୟ କାରବାରରେଏହାର ଯଥାକ୍ରମେ ୨୩ ଏବଂ ୧୭ ପ୍ରତିଶତ ଅଂଶରହିଛି ।
ବ୍ରିକ୍ସ ସହଯୋଗ ଦୁଇଟି ସ୍ତମ୍ଭ ଉପରେ ଆଧାରିତ । ନେତୃବୃନ୍ଦ ଓ ମନ୍ତ୍ରୀ ମାନଙ୍କ ବୈଠକ ଜରିଆରେ ଆପୋସହିତ ପ୍ରସଙ୍ଗରେ ବିଚାର ବିମର୍ଶ ଏବଂ ବରିÂ ଅଧିକାରୀଙ୍କ ବୈଠକ ଜରିଆରେ ବାଣିଜ୍ୟ, ଅର୍ଥ, ସ୍ୱାସ୍ଥ୍ୟ, ଶିକ୍ଷା, ବିଜ୍ଞାନ ଓ ପ୍ରଯୁକ୍ତି, କୃଷି, ଯୋଗାଯୋଗ, ଆଇଟି ଆଦି ସମେତ ବିଭିନ୍ନକ୍ଷେତ୍ରରେ ସହଯୋଗ ।