ଜୟପୁର, କୋରାପୁଟ ଜିଲା ବୋରିଗୁମ୍ମା ବ୍ଲକରେ ଗୋଷ୍ଠୀ ସ୍ଵାସ୍ଥ୍ୟକେନ୍ଦ୍ରରେ ମହାପ୍ରୟାଣ ଗାଡ଼ିର ବ୍ୟବସ୍ଥା ନଥିଲା। ଦୁର୍ଘଟଣା ହେଉ କି ଶବ ନେବା ପାଇଁ ଗରିବ ଅସହାୟ ଉପାନ୍ତ ଅଞ୍ଚଳବାସୀ ବେସରକାରୀ ଗାଡ଼ିରେ ଅଧିକ ଖର୍ଚ୍ଚାନ୍ତ ହେବାକୁ ପଡୁଥିଲା। ବାରମ୍ବାର ଦାବି ସତ୍ବେ ବି ଗାଡିଟିଏ ଯୋଗାଇଲାନି ପ୍ରଶାସନ। ଶେଷରେ ନିଜସ୍ଵ ଖର୍ଚ୍ଚରେ ଏକ ଶବବାହକ ଗାଡି ଯୋଗେଇ ଦେଇ ମାନବିକତା ଦେଖାଇଛନ୍ତି ବୋରିଗୁମ୍ମାର ଯୁବ ଆଇନଜୀବୀ ମୁନା ଦୋରା। ଗାଡିର ନା (ପୁଲୱାମା ଏକ୍ସପ୍ରେସ ) ରଖାଯାଇଛି । ଆଜି ଠାରୁ ଏହି ଗାଡି ଗରିବ ଅସହାୟକଙ୍କ ପାଇଁ ସମ୍ପୃନ୍ନ ମାଗଣା ରେ ସେବା ଯୋଗାଇବ। ଯୁବ ଆଇନଜୀବୀ ମୁନା ଦୋରାଙ୍କ ଏଭଳି ପଦକ୍ଷେପକୁ ବୋରିଗୁମ୍ମାବାସୀ ସ୍ଵାଗତ ଜଣାଇବା ସହ ଧନ୍ୟବାଦ ଜ୍ଞାପନ କରିଛନ୍ତି। ଅନ୍ୟପଟେ ୩୧ ଟି ପଞ୍ଚାୟତର ୨ ଲକ୍ଷ ଲୋକ ଏହାଦ୍ଵାରା ଉପକୃତ ହୋଇପାରିବେ। ସେବା ପାଇଁ ୭୦୦୮୭୦୧୪୯୦ ରେ ଫୋନ କରିପାରିବେ ବୋଲି କହିଛନ୍ତି ଯୁବ ଆଇନଜୀବି ମୁନା। ସେପଟେ ସବୁ ସମସ୍ୟାର ସମାଧାନ ପାଇଁ ପ୍ରଶାସନ ଉପରେ ନିର୍ଭର ନକରି ନିଜେ ଆଗକୁ ଆସି ଏହାର ସମାଧାନ କରିବା ଦିଗରେ ଚିନ୍ତା କରିବାର ବେଳ ଆସିଛି ବୋଲି କହିଛନ୍ତି ବରିଷ୍ଠ ଆଇନଜୀବି ଲାଲୁ ଷଡଙ୍ଗୀ।
Related Stories
May 19, 2024