ଜୟପୁର, କୋରାପୁଟ ଜିଲ୍ଲା ବୋରିଗୁମ୍ମା ବ୍ଲକରେ ବଜ୍ରପାତ ସହ ଲଗାଣ ବର୍ଷ। ହୋଇଛି। ବଜ୍ରପାତରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି। ମୃତ ବ୍ୟକ୍ତି ଜଣକ ନାରୀଗାଁ ପଞ୍ଚାୟତ ଚରାମୂଳା ଗ୍ରାମର ୫୫ ବର୍ଷୀୟ ଭଗୁ ଗୌଡ଼।
ସେ ନିଜ ଜମିରେ କାର୍ଯ୍ୟ କରି ଘରକୁ ଫେରୁଥିବା ସମୟରେ ବ୍ରଜପାତରେ ଗୁରୁତର ହୋଇଥିଲେ। ତାଙ୍କୁ ପ୍ରଥମେ କୁମୁଲି ମେଡିକାଲରେ ଭର୍ତି କରାଯାଇଥିଲା ପରେ ଏକ ଆମ୍ବୁଲାନ୍ସ ଯୋଗେ ବୋରିଗୁମ୍ମା ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଥିଲା। ହେଲେ ସେଠାରେ ତାଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଅନ୍ୟପଟେ ବଜ୍ରପାତରେ ଅନ୍ୟ ଚାରି ଜଣ ମଧ୍ୟ ଆହତ ହୋଇଥିବା ଜଣାପଡିଛି। ମୃତକଙ୍କ ଶବ ବୋରିଗୁମ୍ମା ମେଡିକାଲରେ ରଖାଯାଇଛି।