-
ବିଦ୍ୟାଳୟ ଓ ଗଣ ଶିକ୍ଷା ମନ୍ତ୍ରୀ ପରୀକ୍ଷା କେନ୍ଦ୍ରରେ କଲେ ସ୍ଥିତିର ଅନୁଧ୍ୟାନ
ଭୁବନେଶ୍ୱର, ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ) ଦ୍ୱାରା ପରିଚାଳିତ ମାଟ୍ରିକ୍, ମଧ୍ୟମା, ରାଜ୍ୟ ମୁକ୍ତବିଦ୍ୟାଳୟ ସାର୍ଟିଫିକେଟ୍ ପରୀକ୍ଷା ଆଜି ଆରମ୍ଭ ହୋଇଛି । ପ୍ରଥମ ଦିନର ମାଟ୍ରିକ ପରୀକ୍ଷା ଶେଷ ହୋଇଛି । ଏହି ପରୀକ୍ଷା ପାଇଁ ପରୀକ୍ଷାର୍ଥୀଙ୍କ ଭିତରେ ଉତ୍ସାହ ଅନୁଭୂତ ହୋଇଥିଲା । ସକାଳ ୭ଟା ୪୫ ମିନିଟରୁ ପରୀକ୍ଷା ଆରମ୍ଭ ହୋଇ ଦିନ ୧୦ଟାରେ ପ୍ରଥମ ଦିନର ମାଟ୍ରିକ ପରୀକ୍ଷା ଶେଷ ହୋଇଛି ।
ଅନ୍ୟ ପକ୍ଷରେ ମାଟ୍ରିକ୍ ପରୀକ୍ଷା ଚାଲିଥିବା ବେଳେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀରରଂଜନ ଦାଶ ଭୁବନେଶ୍ୱର ୟୁନିଟ୍-୧ ବିଦ୍ୟାଳୟର ପରୀକ୍ଷା କେନ୍ଦ୍ରରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛନ୍ତି । ସେ ଉକ୍ତ ପରୀକ୍ଷା କେନ୍ଦ୍ର ବୁଲିବା ସହ ଛାତ୍ରଛାତ୍ରୀଙ୍କ ପାଇଁ ହୋଇଥିବା ବ୍ୟବସ୍ଥାର ଅନୁଧ୍ୟାନ କରିଥିଲେ ।
ଏହାପରେ ସେ କହିଥିଲେ ଯେ ମେଟ୍ରିକ ପରୀକ୍ଷା ପାଇଁ ପିଲାମାନଙ୍କ ପାଇଁ ସମସ୍ତ ସୁବ୍ୟବସ୍ଥା ହୋଇଛି । ପ୍ରଶ୍ନପତ୍ର ଠିକ୍ ସମୟରେ ଦିଆଯାଇଛି ଓ ଶୃଙ୍ଖଳାର ସହ ପରୀକ୍ଷା ଚାଲିଛି । ସଛାତ୍ରଛାତ୍ରୀମାନେ ପରୀକ୍ଷାରେ ଭଲ କରିବେ ବୋଲି ସେ ଆଶା କରିଛନ୍ତି ।