ଭୁବନେଶ୍ୱର, କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଦଶମ ଶ୍ରେଣୀ ପରୀକ୍ଷା ଦେଉଥିବା ସମସ୍ତ ଛାତ୍ରଛାତ୍ରୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ସେ ଟ୍ୱିଟ କରି କହିଛନ୍ତି ଯେ ଚଳିତ ଥର ମାଟ୍ରିକ୍ ପରୀକ୍ଷା ଦେଉଥିବା ପରୀକ୍ଷାର୍ଥୀଙ୍କୁ ଶୁଭେଚ୍ଛା । ସମସ୍ତ ଛାତ୍ରଛାତ୍ରୀଙ୍କ ସଫଳତା କାମନା କରୁଛି ।
ସେ ପ୍ରଧାନମନ୍ତ୍ରୀଙ୍କ ପରୀକ୍ଷା ପେ ଚର୍ଚାର ଏକ ଭିଡିଓ ଶେୟାର କରି ଲେଖିଛନ୍ତି ଯେ ଚଳିତ ଥର ମାଟ୍ରିକ୍ ପରୀକ୍ଷା ଦେଉଥିବା ପରୀକ୍ଷାର୍ଥୀଙ୍କୁ ଶୁଭେଚ୍ଛା । ଛାତ୍ରଛାତ୍ରୀମାନେ ପରୀକ୍ଷାକୁ ଭୟ ନକରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପରୀକ୍ଷା ପେ ଚର୍ଚା ରେ ଦେଇଥିବା ବାର୍ତା ଓ ପରାମର୍ଶକୁ ପାଳନ କରନ୍ତୁ ଓ ଆତ୍ମବିଶ୍ୱାସ ସହ ପରୀକ୍ଷା ଦିଅନ୍ତୁ । ପରୀକ୍ଷାରେ ସମସ୍ତ ଛାତ୍ରଛାତ୍ରୀଙ୍କ ସଫଳତା କାମନା କରୁଛି ।