ଗଞ୍ଜାମ – ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନ ମଣ୍ଡଳୀର ପିତଳ ବଜାରରେ ଥିବା ପୁରୁଣା ବିଦ୍ୟୁତ ଖୁଂଟଗୁଡ଼ିକ ବାହାର କରି ଯାଇ ଲୋକେ ବସବାସ କରୁଥିବା ଘରକୁ ଲାଗି ବିଦ୍ୟୁତ ପୋଲଗୁଡ଼ିକ ପୋତାଯାଇଛି । ଫଳରେ ବିଦ୍ୟୁତ ତାରଗୁଡ଼ିକ ଲୋକଙ୍କ ଘର ଛାତ ଉପର ଦେଇଯିବା ସମ୍ଭାବନା ଥିବାରୁ ଏହା ମରଣଯନ୍ତା ପାଲଟି ଯାଇଛି । ଆଗରୁ ବିଦ୍ୟୁତ ଖୁଂଟଗୁଡ଼ିକ ଘରଠାରୁ ବହୁ ଦୂରରେ ପୋତାଯାଇଥିଲା । ଏହି ଘଟଣା ସାଧାରଣରେ ତୀବ୍ର ଅସନ୍ତୋଷ ଦେଖାଦେଇଛି । ଏହାର ପ୍ରତିକା ପାଇଁ ଗଞ୍ଜାମ ଜିଲ୍ଲାପାଳ, ହିଞ୍ଜିଳିକାଟୁ ସାଉଥକୋ ଏସଡିଓ ଏବଂ ପିତଳ ଅଫିସ ଆପତି ତଥା ଅଭିଯୋଗ କରାଯାଇଥିବା ଜଣାପଡ଼ିଛି ।
Related Stories
November 23, 2024
November 23, 2024
November 23, 2024