କେନ୍ଦୁଝର – ସରକାର ଲୋକଙ୍କ ହିତ ଉଦ୍ଦେଶ୍ୟରେ ଯୋଜନା ଉପରେ ଯୋଜନା କରୁଛନ୍ତି । କିନ୍ତୁ ସେ ସବୁ ଲୋକାଭିମୁଖୀ ଯୋଜନା ଆବଶ୍ୟକ କରୁଥିବା ହିତାଧିକାରୀଙ୍କ ନିକଟରେ ପହଂଚି ପାରୁଛି କି ନାହିଁ କିମ୍ବା ସେମାନେ ଏଥିରୁ ଫାଇଦା ଉଠାଇ ପାରୁଛନ୍ତି କି ନାହିଁ ତାକୁ ଦେଖିବାକୁ ସରକାରୀ ଅଧିକାରୀମାନଙ୍କର ପ୍ରାୟତଃ ଆଗ୍ରହ ନାହିଁ । ଏପରିକି ଅନେକ ହିତାଧିକାରୀ ସରକାରଙ୍କ ଯୋଜନା ପାଇବା ପାଇଁ ବିଭିନ୍ନ କାର୍ଯ୍ୟାଳୟକୁ ଦଉଡି ଦଉଡି ନୟାନ୍ତ ହେଉଥିଲେ ମଧ୍ୟ ସଫଳ ପାଉନାହାଁନ୍ତି । ଏହା ହିଁ ଏହି ରାଜ୍ୟର ଦୁଃଖ । ଏପଟେ ବର୍ଷେ କି ଦୁଇ ବର୍ଷ ନୁହଁ ଦୀର୍ଘ ୮ବର୍ଷ ହେବ କୋ÷÷ଣସି ଏକ ଅଜଣା ରୋଗରେ ଆକ୍ରାନ୍ତ ହୋଇ ଶଯ୍ୟାଶାୟୀ ଅବସ୍ଥାରେ ପଡି ରହିଛନ୍ତି କେନ୍ଦୁଝର ଜିଲ୍ଲା ଘଟଗାଁ ବ୍ଲକ ଅନ୍ତର୍ଗତ ଖୁଣ୍ଟାପଡା ଗ୍ରାମର ପୂର୍ଣ୍ଣ ନାୟକ । ପୁର୍ଣ୍ଣଚନ୍ଦ୍ର ଯୁବ ବୟସରେ ଏଭଳି ରୋଗାଗ୍ରସ୍ତ ଅବସ୍ଥାରେ ପଡିବାରୁ ପରିବାରର ମେରୁଦଣ୍ଡ ଭାଙ୍ଗିଯାଇଥିବା ବେଳେ ଏବେ କେବଳ କୋ÷÷ଣସି ସହାୟତାକୁ ଅପେକ୍ଷା କରିଛନ୍ତି ପରିବାର ଲୋକେ । ପୂର୍ଣ୍ଣ ନାୟକଙ୍କ ପରିବାର ଏବେ ଦୁର୍ଦିନରେ ଦିନ କାଟୁଛନ୍ତି । ପରିବାର କହିଲେ ଏବେ ଅବିବାହିତ ପୂର୍ଣ୍ଣ ଓ ତାଙ୍କ ମାଆ । ଆଗରୁ ସବୁକିଛି ଠିକ ଥିଲା କାମ ଦାମ କରି ହସଖୁସିରେ ପରିବାର ବୋଝ ନିଜେ ଉଠାଉଥିଲେ ପୁର୍ଣ୍ଣଚନ୍ଦ୍ର । କିନ୍ତୁ ଭାଗ୍ୟର ବିଡମ୍ବନା ଯୋଗୁଁ ପୂର୍ଣ୍ଣଙ୍କ ବାପା ଆରପାରିକୁ ଚାଲିଯିବାର କିଛି ମାସ ପରେ ହଠାତ୍ କୋ÷÷ଣସି ଏକ ଅଜଣା ରୋଗରେ ଆକ୍ରାନ୍ତ ହୋଇ ପଡିଲେ ପୂର୍ଣ୍ଣ । ପାଖରେ ଯାହା ଟଙ୍କା ଥିଲା ପ୍ରଥମେ କେନ୍ଦୁଝର ଓ ପରେ କଟକରେ ଚିକିତ୍ସା କରାଇଥିଲେ । ମାତ୍ର ସ୍ୱାସ୍ଥ୍ୟଅବସ୍ଥାର କୋ÷÷ଣସି ଉନ୍ନତି ହୋଇପାରିଲା ନାହିଁ । ଚିକିତ୍ସା ପାଇଁ ଆହୁରି ଅଧିକ ଟଙ୍କା ଅବଶ୍ୟକ ହେଲା । କିନ୍ତୁ ଟଙ୍କାଶୁନ୍ୟ ହୋଇ ପଡିଥିବାରୁ ପୂର୍ଣ୍ଣଙ୍କୁ ତାଙ୍କ ଘରକୁ ନେଇ ଆସିଲେ ପରିବାର ଲୋକେ । କିନ୍ତୁ ଏପଟେ ଘରେ ଧିରେ ଧିରେ ସ୍ୱାସ୍ଥ୍ୟ ଅବସ୍ଥା ଦିନକୁ ଦିନ ଅଧିକ ବିଗିଡିବାରେ ଲାଗିଲା । ଫଳରେ କାମ ଦାମ କିଛି କରିପାରିଲେ ନାହିଁ । ଏବଂ ଶେଷରେ ଶଯ୍ୟସାୟୀ ହୋଇପଡିଲେ ପୂର୍ଣ୍ଣ । ଏବେ ତାଙ୍କ ଶରୀର ଏପରି ଦୁର୍ବଳ ହୋଇପଡିଛି ଯେ ମାତ୍ର ୪୪ ବର୍ଷ ବୟସରେ ସେ ଜଣେ ବୃଦ୍ଧ ଭଳିଆ ଚେହେରା ରେ ଦେଖାଯାଉଛନ୍ତି । ନା ଖାଇ ପାରୁଛନ୍ତି ନା ଚାଲିପାରୁଛନ୍ତି । ଏଭଳି ସ୍ୱାସ୍ଥ୍ୟଅବସ୍ଥା ଯୋଗୁ ସେ ବିବାହ ମଧ୍ୟ କରିପାରିଲେ ନାହିଁ । ଅନ୍ୟପଟେ ପୂର୍ଣ୍ଣଙ୍କ ମାଙ୍କ ବୟସ ଅଧିକ ହେବାରୁ ତାଙ୍କ ସ୍ୱାସ୍ଥ୍ୟ ମଧ୍ୟ ଭଲ ନାହିଁ । ସେ ମଧ୍ୟ କୌଣସି କାମ ଧନ୍ଦା କରି ପାରୁନାହାନ୍ତି । ପରିବାରର ଏପରି ପରିସ୍ଥିତିରେ ଆହା ପଦେ କହିବାକୁ କେହି ନାହାନ୍ତି । ପୂର୍ଣ୍ଣଙ୍କ ଭଉଣୀ ଅନେକ ସମୟରେ ଘରକୁ ଆସି ମାଆ ଓ ଭାଇଙ୍କ କଥା ଦେଖାଶୁଣା କରନ୍ତି । କେବଳ ସରକାରୀ ଚାଉଳ ଓ ସାହୀ ପଡିଶା ଲୋକଙ୍କ ସାହାର୍ଯ୍ୟରେ ପରିବାର ଚଳେ କହିଲେ ଚଳେ । ତେବେ ଦୁର୍ଦିନରେ ଦିନ କାଟୁଥିବା ଏହି ପରିବାକୁ କୋ÷÷ଣସି ସହାୟତା ନମିଳିଲେ ହୁଏତ ଅକାଳରେ ପରିବାରଟି ବୁଡିଯିବା ସମ୍ଭାବନାକୁ ଏଡାଇ ଦିଆଯାଇ ପାରିବ ନାହିଁ । ଜିଲ୍ଲା ପ୍ରଶାସନରର ଶୁଭଦୃଷ୍ଟି କେବେ ଏହି ନିଃସହାୟ ପରିବାର ଉପରେ ପଡିବ ତାହା ହିଁ ଦେଖିବାକୁ ବାକି ରହିଛି ।
Related Stories
November 5, 2024