ବଲାଙ୍ଗିର, ବଲାଙ୍ଗୀର ଜିଲ୍ଲାର ଦେଓଗାଁ ବ୍ଳକରେ ଗତ ୨୨ ତାରିଖ ଦିନ ହୋଇଥିବା ପଞ୍ଚାୟତ ନିର୍ବାଚନର ଫଳାଫଳ ପ୍ରକାଶ ପାଇଛି । ସଵୁ କଳ୍ପନା ଜଳ୍ପନା ଅନ୍ତ ଘଟିଛି ଓ ସବୁଠୁ ଚର୍ଚ୍ଚାରେ ଥିବା ଦେଓଗାଁ ବ୍ଲକ ସାଲେପାଲି ପଞ୍ଚାୟତରେ ସମିତି ସଭ୍ୟ ଭାବେ ପ୍ରାର୍ଥୀ ହୋଇଥିବା ପୂର୍ବତନ ଅଧ୍ୟକ୍ଷ ଲକ୍ଷ୍ମଣ ମେହେର ତାଙ୍କ ନିକଟତ୍ତମ ପ୍ରତିଦ୍ୱନ୍ଦୀ କଂଗ୍ରେସ ପ୍ରାର୍ଥୀ ଶମ୍ଭୁ ପଧାନଙ୍କ ଠାରୁ ୪୦୭ ଅଧିକ ଭୋଟ ବିଜୟ ଲାଭ କରିଥିବା ଜଣାପଡ଼ିଛି । ସେ ପଞ୍ଚାୟତ ନିର୍ବାଚନରେ ଭାଗ ନେବା ପରେ ବଲାଙ୍ଗିର ଜିଲ୍ଲା ସ୍ତରରେ ତାଙ୍କ ଉପରେ ନଜର ରହିଥିଲା । ସେ ଜଣେ ସାଧାରଣ ପ୍ରାର୍ଥୀଙ୍କ ଠାରୁ ଧରାଶାୟୀ ହେଉଛନ୍ତି ନା’ ବିଜୟ ଲାଭ କରୁଛନ୍ତି ତାର ବାଟକୁ ଅନାଇ ବସିଥିଲେ । ହେଲେ ସମସ୍ତଙ୍କ ଗଣିତକୁ ଫେଲ୍ କରି ସାଲେପାଲି ପଞ୍ଚାୟତରୁ ସମିତି ସଭ୍ୟ ଭାବେ ନିର୍ବାଚିତ ହୋଇଛନ୍ତି ଶ୍ରୀ ମେହେର । ଶ୍ରୀ ମେହେର ୧୨ଶହ ୩୦ଭୋଟ ପାଇଥିବା ବେଳେ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦୀ ଶମ୍ଭୁ ପଧାନ ୮୨୩ ଭୋଟ ପାଇଥିବା ଜଣାପଡ଼ିଛି । ସେ ସମିତି ସଭ୍ୟ ଭାବେ ବିଜୟୀ ହେବା ପରେ ବଲାଙ୍ଗୀର ଜିଲ୍ଲାର ଵିଜେଡି ମହଲରେ ଚର୍ଚ୍ଚା ଜୋର୍ ଧରିଛି । ଅନ୍ୟପକ୍ଷରେ ଦେଓଗାଁ ବ୍ଲକ୍ ଅଧ୍ୟକ୍ଷ ପଦବୀ ଉପରେ ତାଙ୍କର ନଜର ରହିଥିବାକୁ ନେଇ ବ୍ଲକରେ ଚର୍ଚ୍ଚା ଜୋର୍ ଧରିଛି । ତେବେ ଏଥିରେ ସେ କେତେ ଦୂର ସଫଳ ହେଉଛନ୍ତି ତାହା ଆଗାମୀ ଦିନରେ ଦେଖିବାକୁ ବାକି ରହିଲା ।