ଭଦ୍ରକ – ଭଦ୍ରକର ଚରମ୍ପାରେ ଅନୁଷ୍ଠିତ ହେଉଥିବା ଓଡ଼ିଶା ପ୍ରସିଦ୍ଧ କାଳୀପୂଜାରେ ଆଜି ଜଣେ ଚୋର ଛୋଟ ଝିଅଟିର ବେକରୁ ସୁନା ଲକେଟ୍ ଛିଡାଇ ଚମ୍ପଟ ମାରୁଥିବାବେଳେ ଲୋକଙ୍କ ଦ୍ୱାରା ଧରାପଡି ପୁଲିସ୍କୁ ହସ୍ତାନ୍ତର ହୋଇଛି । ସବୁଠାରୁ କୌତୁହଳର ବିଷୟ ଚୋରଟିକୁ ସହରାଞ୍ଚଳ ଥାନାକୁ ନିଆଯିବାବେଳେ ସେ ପୁଲିସ୍ ହାତରୁ ଖସିଯିବାକୁ ଉଦ୍ୟମ କରିଥିଲେ ହେଁ ସଫଳ ହୋଇପାରିନଥିଲା । ପ୍ରାପ୍ତ ଖବରରୁ ଯାହା ଜଣାଯାଏ ଆଜି ଦିନ ପ୍ରାୟ ୧୨ଟା ସମୟରେ ଗ୍ରାମାଞ୍ଚଳ ଥାନା ଅଧୀନସ୍ଥ ରମ୍ଭିଳା ଗ୍ରାମର ଗଦାଧର ନାୟକଙ୍କ ଛୋଟ ଝିଅଟି ତାଙ୍କ ଭାଣିଜୀ ସହିତ କାଳୀପୂଜା ବୁଲିବାକୁ ଆସିଥିଲା । ମେଳା ବୁଲିଲା ସମୟରେ ଚରମ୍ପାର ଓଏସ୍ଆରଟିସି ପଡିଆରେ ସହରାଂଚଳ ଥାନା ଅଧୀନସ୍ଥ ଅପର୍ତିବିନ୍ଧା-କୁମ୍ଭାରସାହିର ସୁବାଷ ଦାସଙ୍କ ପୁତ୍ର ସୁଶାନ୍ତ ଓରଫ ପ୍ରଶାନ୍ତ(୩୩) ଛୋଟ ଝିଅଟି ବେକରୁ ସୁନାଲକେଟ୍ ଛିଣ୍ଡାଇ ଚମ୍ପଟ ମାରିଥିଲା । ମାତ୍ର ତାଙ୍କ ଭାଣିଜୀର ଚିତ୍କାରରେ ଲୋକମାନେ ତାକୁ ଗୋଡାଇ ଗୋଡାଇ ପାଟଣାସାହି ପୂଜା କମିଟି ଠାରୁ କିଛି ଦୂରରେ ମାଡି ବସି ବାନ୍ଧି ଉତମ-ମଧ୍ୟମ ଦେଇଥିଲେ । ଏବଂ ତା ପାଖରୁ ସୁନାଲକେଟ୍ଟିକୁ ଉଦ୍ଧାର ହୋଇଥିଲା । ପରବର୍ତୀ ସମୟରେ ସହରାଂଚଳ ଥାନାଧିକାରିଣୀ ସରୋଜିନୀ ସିଂ ଖବର ପାଇ ଘଟଣାସ୍ଥଳରେ ପହଂଚି ଉତ୍ୟକ୍ତ ଲୋକଙ୍କ କବଳରୁ ପ୍ରଶାନ୍ତକୁ ଉଦ୍ଧାର କରି ଥାନାକୁ ଆସିଥିଲେ ।
Related Stories
December 2, 2024