ରାଇରଙ୍ଗପୁର, ପୁରୀ ଜ଼ିଲ୍ଲା ଆଶାକର୍ମୀଙ୍କୁ କଟକ ବଡ ମେଡିକାଲରେ ଦାୟିତ୍ୱରେ ଥିବା ଡାକ୍ତର ଯେଭଳି ଭାବେ ମାଡ଼ ମାରିଛନ୍ତି ଏହା ଏକ ଲଜ୍ୟାଜନକ ଓ ନିନ୍ଦନୀୟ ଘଟଣା । ସରକାର ଆଶାକର୍ମୀଙ୍କୁ ସେମାନଙ୍କର କାର୍ଯ୍ୟ ପାଇଁ ବହୁ ପ୍ରଶଂସା କରୁଥିବା ବେଳେ ଡାକ୍ତରଖାନାରେ ଡାକ୍ତର ମାନଙ୍କର ଘୃଣ୍ୟ ବ୍ୟବହାର ଦିନକୁ ଦିନ ବୃଦ୍ଧି ପାଉଥିବାରୁ ସମଗ୍ର ଓଡ଼ିଶା ପ୍ରଦେଶରେ ଆଶା କର୍ମୀମାନେ ଉପଯୁକ୍ତ ସମ୍ମାନ ପାଇପାରୁ ନାହାନ୍ତି । ଫଳରେ ରାଜ୍ୟର ଆଶାକର୍ମୀ ମାନଙ୍କ ମଧ୍ୟରେ ଅଶାନ୍ତି ଦେଖା ଦେଇଛି । ଏଥି ନିମନ୍ତେ ସରକାର ତୁରନ୍ତ ହସ୍ତକ୍ଷେପ କରି ଅଭିଯୁକ୍ତ ଡ଼ାକ୍ତରଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ସହ ତାଙ୍କୁ ଚାକିରୀରୁ ବହିଷ୍କାର କରାଯିବାକୁ ଭାରତୀୟ ମଜଦୂର ସଂଘ ଓ ରାଜ୍ୟ ଆଶା କର୍ମୀ ସଂଘ ପକ୍ଷରୁ ଦାବି ହୋଇଛି । ନଚେତ୍ ଆନ୍ଦୋଳନକୁ ତୀବ୍ରତର କରାଯିବ ବୋଲି ମୟୁରଭଞ୍ଜ ଜ଼ିଲ୍ଲା ଭାରତୀୟ ମଜଦୂର ସଂଘର ଜିଲ୍ଲା ସଭାପତି ନିଗମାନନ୍ଦ ପଟ୍ଟନାୟକ ଓ ଜିଲ୍ଲା ସାଧାରଣ ସମ୍ପାଦକ ବୋଧିରଜତ ମହାନ୍ତ ଦୃଢ଼ ଦାବି କରିଛନ୍ତି । ଏଥିନିମନ୍ତେ ମୟୁରଭଞ୍ଜ ଜିଲ୍ଲାର ସିଡିଏମଓ ତଥା ସମସ୍ତ ଏସଡ଼ିଏମଓଙ୍କ ଜରିଆରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିକଟକୁ ଦାବିପତ୍ର ଆଜି ଠାରୁ ୨୬ ତାରିଖ ମଧ୍ୟରେ ଦେବାର ନିଷ୍ପତି ଗ୍ରହଣ କରାଯାଇଛି । ଏହାର ସମାଧାନ ଖୁବ ଶୀଘ୍ର ନହେଲେ ଆଗାମୀ ଦିନରେ ଆନ୍ଦୋଳନ ତୀବ୍ରତର ହେବ ବୋଲି ଭାରତୀୟ ମଜଦୂର ସଂଘ ଏକ ପ୍ରେସ ବିବୃତିରେ ଜଣାଇଛି ।
Related Stories
November 10, 2024
November 10, 2024
November 10, 2024