ଘସିପୁରା,କେନ୍ଦୁଝର ଜିଲ୍ଲା ରାମଚନ୍ଦ୍ରପୁର ଥାନା ଅନ୍ତର୍ଗତ ବାଲିବରୁଆଁ ନପଙ୍ଗା ବୈତରଣୀ ନଦୀ ଘାଟକୁ ଶୌଚ କରିବାକୁ ଯାଇ ବୁଡିଗଲେ ଯୁବକ । ପରେ ସ୍ଥାନିୟ ଲୋକଙ୍କ ଦ୍ବାରା ମୃତଦେହ ଉଦ୍ଧାର ହୋଇଛି ।
ଘଟଣାରୁ ପ୍ରକାଶ ଯେ, ସ୍ଥାନିୟ ଶାଳଦେଇ ପଞ୍ଚାୟତ ଉଲ୍ଲୋଳ ଗ୍ରାମର ମଦନ ନାୟକ (୪୮) ଆଜି ସକାଳୁ ଫେରି ବେପାର କରିବାକୁ ଯିବାବେଳେ ବାଲିବରୁଆଁ ନପଙ୍ଗା ବୈତରଣୀ ନଦୀ ଘାଟ ନିକଟକୁ ଶୌଚ କରିବାକୁ ଯାଇଥିଲେ । ଏହି ସମୟରେ ଚୋରା ବାଲିରେ ଗୋଡ ଖସିଯିବାରୁ ନଦୀର ଗଭିର ପାଣିରେ ବୁଡି ଯାଇଥିଲେ । ସ୍ଥାନିୟ ଲୋକେ ନଦୀରେ ତାଙ୍କ ମୃତଦେହ ଭାସୁଥିବା ଦେଖି ଉଦ୍ଧାର କରିବା ପରେ ଯୁବକ ଜଣକ ସ୍ଥାନିୟ ଉଲ୍ଲୋଳ ଗ୍ରାମର ମଦନ ନାୟକ ବୋଲି ଜଣାପଡିଥିଲା । ଖବର ପାଇ ସାଇଁକୁଳ ଫାଣ୍ତି ଅଧିକାରୀ ମାନସ ରଂଜନ ବେହେରା ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରିବା ସହ ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଶବ ବ୍ୟବଛେଦ ପାଇଁ ଆନନ୍ଦପୁର ଉପଖଣ୍ତ ଚିକିତ୍ସାଳୟକୁ ପଠାଇ ଦେଇଛନ୍ତି । ଘଟଣା ପରେ ସ୍ଥାନିୟ ଅଞ୍ଚଳରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି । ଗରିବ ମଦନଙ୍କ ପରିବାରକୁ ସରକାରୀ ସହାୟତା ଯୋଗାଇଦେବାକୁ ଗ୍ରାମବାସୀ ଦାବି କରିଛନ୍ତି ।