ସାନଖେମୁଣ୍ଡି: ଭାରତ ସରକାରଙ୍କ କ୍ରୀଡା ଏବଂ ଯୁବବେପାର ମନ୍ତ୍ରାଳୟ ଦ୍ୱାରା ପରିଚାଳିତ ନେହୁରୁ ଯୁବ କେନ୍ଦ୍ର, ଗଞ୍ଜାମ ଜିଲ୍ଲା ଆନୁକୂଲ୍ୟରେ ସାନଖେମୁଣ୍ଡି ବ୍ଲକ କଉଡ଼ିଆ ପଞ୍ଚାୟତ ବଉଳଘାଇ ଗ୍ରାମସ୍ତିତ ଶ୍ରୀ ଗୁରୁଜୀ ଯୁବକ ସଙ୍ଘ ସହ ବନ୍ଧନରେ ଏକ ବ୍ଲକ ସ୍ତରୀୟ କ୍ରୀଡା ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ଅଞ୍ଚଳର ଗ୍ରାମ ବିଶେଷରୁ ଯୋଗ ଦେଇଥିବା ଯୁବକ ଓ ଯୁବତୀଙ୍କୁ ସମାବେଶରେ ଅୟୋଜିତ ଏହି କାର୍ଯ୍ୟକ୍ରମରେ ପ୍ରତିଯୋଗିତା ମାନେ ଅଂଶଗ୍ରହଣ କରି କବାଡି, ଖୋଖୋ, ସଟଫୁଡ଼, ବ୍ୟାଡମିଣ୍ଟେନ, ଦଉଡିଡିଆଁ, ୨୦୦ମିଟର ଦୌଡ଼ ଆଦି ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିଲେ। ଅନୁଷ୍ଠିତ ଏହି କାର୍ଯ୍ୟକ୍ରମକୁ ମୁଖ୍ୟଅତିଥି ଶ୍ରୀ ବିଶ୍ଵନାଥ ସେନାପତି ଓ ସମ୍ମାନିତ ଅତିଥି ଶ୍ରୀ ସୁଧାଂଶୁ ଶେଖର ସ୍ୱାଇଁ ମସଲି ଯାତ୍ରା ସହ ପତାକା ଦେଖାଇ ଶୁଭାରମ୍ଭ କରିଥିବା ବେଳେ ପ୍ରଶିକ୍ଷକ ଟୁଙ୍ଗୁରୁ ସ୍ୱାଇଁ, ଦୀପକ ସ୍ୱାଇଁ, ଟୁଲୁ ସ୍ୱାଇଁ ଓ ପିଣ୍ଟୁ ସ୍ୱାଇଁ ପ୍ରମୁଖ ପରିଚାଳନା କରିଥିଲେ। ଜୟନ୍ତୀ ପ୍ରତିଯୋଗୀଙ୍କୁ ସମ୍ମନିତ ଅତିଥି ଭାବେ ଗହଣରେ ନେହୁରୁ ଯୁବସଙ୍ଘ ତରଫରୁ ମାନପତ୍ର ଏବ ଟ୍ରାଫିପ୍ରଦାନ ସହ ପୁରସ୍କୃତ କରାଯାଇଥିଲା। ଭାସ୍କର, ଦୀପକ, ସତ୍ୟ, ନିବୁଞ୍ଜ, ଅନିଲ, ଆଲୋକ ପ୍ରମୁଖ ସହଯୋଗୀତରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମକୁ ଆଞ୍ଚଳିତ ଭିତ୍ତିରେ ଭୁୟଂସି ପ୍ରଶଂମିତ ହୋଇଥିବା ବେଳେ ସ୍ବେଚ୍ଛା ସେବୀ କାହ୍ନୁଚରଣ ସ୍ୱାଇଁ ଧନ୍ୟବାଦ ଅର୍ପଣ କରି ପ୍ରତିଯୋଗୀତାକୁ ଶୁଭେଚ୍ଛା ଜ୍ଞାପଣ କରିଥିଲେ।
ରିପୋର୍ଟ: ପ୍ରଫୁଲ୍ଲ ସାବତ।
Related Stories
November 29, 2024