
ସାନଖେମୁଣ୍ଡି: ଅବକ୍ଷୟମୁଖି ପୁରାତନ ସଂସ୍କୃତିର ପୁନଃରୁଦ୍ଧାର ସହ ଚାକିରି ,ପଦୋନ୍ନତି ଓ ଅଧ୍ୟୟନ କ୍ଷେତ୍ରରେ ଯୋଗ୍ୟତା ଓ ମେଧାକୁ ଗୁରୁତ୍ବ ଦେବା ସହ ଗରିବ ବ୍ରାହ୍ମଣ ମେଧାବୀ ଛାତ୍ର ଛାତ୍ରୀଙ୍କ ଉଚ୍ଚଶିକ୍ଷା ପାଇଁ ଶିକ୍ଷା ପାଣ୍ଠି ଗଠନ ,ଅର୍ଥନୈତିକ ଭିତ୍ତିରେ ସଂରକ୍ଷଣ ସହ ବ୍ରାହ୍ମ ସଂସ୍କୃତିର ସୁରକ୍ଷା ପ୍ରଚାର ପ୍ରସାର ପାଇଁ ସାନଖେମୁଣ୍ଡି ବ୍ରାହ୍ମଣ ମହାସଂଘ ସମାବେଶରେ ମତ ପ୍ରକାଶ ପାଇଛି l ଶିକ୍ଷକ ଶରତ ଚନ୍ଦ୍ର ପଣ୍ଡାଙ୍କ ଆବାହକତ୍ୱରେ କଙ୍କୋରଡ଼ା ନାରାୟଣୀ ମନ୍ଦିର ପରିସରରେ ଅନୁଷ୍ଠିତ ବ୍ରାହ୍ମଣ ସମାବେଶରେ ସାନଖେମୁଣ୍ଡି ଅଞ୍ଚଳର ବ୍ରାହ୍ମଣ ମହାସଂଘର ବଳିଷ୍ଠ ସଂଗଠନ ,ଜାତିଗତ ଏକତା ,ବ୍ରାହ୍ମଣ ବିଦ୍ୟାର ପ୍ରସାର ସଂସ୍କୃତିର ସୁରକ୍ଷା ସମେତ ଆଗାମୀ କାର୍ଯ୍ୟକ୍ରମ ସଂପର୍କରେ ପ୍ରସ୍ତାବ ଗୃହୀତ ହୋଇଥିଲା l ସମାବେଶରେ ଗଞ୍ଜାମ ଜିଲ୍ଲା ପୁରୋହିତ ସମିତିର ପଣ୍ଡିତ ଭବାନୀ ଶଙ୍କର ତ୍ରିପାଠୀ,ବ୍ରାହ୍ମଣ ମହାସଂଘ ଜିଲ୍ଲା ଉପ ସଭାପତି ବନମାଳୀ ସାମନ୍ତରା,ପର୍ଶୁରାମ ବାହିନୀ ସଭାପତି ପ୍ରତାପ କୁମାର ମିଶ୍ର ,ଧରାକୋଟ ବ୍ଲକ ସଭାପତି ନିରୋଜ କୁମାର ପାଢ଼ୀ,ଦକ୍ଷିଣ ଓଡ଼ିଶା ସଂଗଠକ ପ୍ରଶାନ୍ତ କୁମାର ଭଟ୍ଟ,ସାହୁ ବ୍ରାହ୍ମଣ ସେବା ସଭାପତି ରମେଶ ଚନ୍ଦ୍ର କର,ଆସିକା ବ୍ଲକ ସଭାପତି ଗଙ୍ଗାଧର ଶତପଥି,ସଂଗଠକ ସୁରେନ୍ଦ୍ର କୁମାର ମିଶ୍ର ଆଦିତ୍ୟ ପ୍ରସାଦ ତ୍ରିପାଠୀ,ଗୋବିନ୍ଦ ଆଚାର୍ଯ୍ୟ,ଲୋକନାଥ ବିଷୋୟୀ,ପଣ୍ଡିତ ଲଡୁ କିଶୋର ପଣ୍ଡା,ଚନ୍ଦନ ଦାସ୍,ବିନାୟକ ଦାସ ଙ୍କ ସମେତ ବହୁ ପ୍ରତିନିଧି ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ l
ରିପୋର୍ଟ୍- ପ୍ରଫୁଲ୍ଲ ସାବତ