
ଜଟଣୀ – ଆମରିସତ୍ୟ ପତ୍ରିକା ମାଧ୍ୟମରେ ସାହିତ୍ୟର ବିକାଶ, ପୂଜ୍ୟ ପୂଜା ଉତ୍ସବର ବିକାଶ, ମହାପୁରୁଷମାନଙ୍କୁ ମନେପକାଇ ସେମାନଙ୍କର ଜୟନ୍ତୀ ପାଳନ, ନୂତନ ଲେଖକ ସୃଷ୍ଟି କରିବାର ସୂତ୍ରଧର ଉପରେ ଆଲୋଚନା କରିବା ନେଇ ଶନିବାର ଆମରି ସତ୍ୟ ସଂଗଠନ ପକ୍ଷରୁ ଜଟଣୀ ଶାଖା ଠାରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଶିଶୁ ସାହିତ୍ୟିକ ଶିକ୍ଷାବିତ ତ୍ରିଲୋଚନ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ବୈଠକରେ ସଂଗଠନର ଉପଦେଷ୍ଠା ତଥା ଅବସରପ୍ରାପ୍ତ ଶିକ୍ଷକ ଜବାହାରଲାଲ ସୁବୁଦ୍ଧି ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିଲେ । ଏହି ଅବସରରେ ପଦ୍ମନାଭ ପାଣିଗ୍ରାହୀ, ରଶ୍ମୀତା ନାୟକ, ପଦ୍ମଲୋଚନ ସାହୁ, ପ୍ରମୋଦ କୁମାର ମହାନ୍ତି ପ୍ରମୁଖ ଜଟଣୀ ଶାଖାର ସଂଯୋଜକ ଓ ଆଦି ନାରାୟଣ ଖଣ୍ଡୁଆଳ ପତ୍ରିକାର ସହ ସଂଯୋଜକ ଭାବେ ବିବେଚିତ କରାଯାଇଥିଲା । ଉକ୍ତ ପତ୍ରିକା ଖୋର୍ଦ୍ଧାରୁ ୧୦ ବର୍ଷ ଧରି ପ୍ରତି ମାସରେ ପ୍ରକାଶ ପାଉଥିବା ଭିନ୍ନ ସ୍ୱାଦର ଏହି ସାହିତ୍ୟ ପତ୍ରିକାର ପ୍ରତିଷ୍ଠାତା ପ୍ରମୋଦ ଚନ୍ଦ୍ର ଦାଶ ସାଂପ୍ରତିକ ସମୟରେ ଛାତ୍ର ଛାତ୍ରୀ ଓ ଯୁବପିଢିମାନଙ୍କୁ ଉତମ ମଣିଷ ଗଢି ତୋଳିବାରେ ପତ୍ର ପତ୍ରିକାର ଆବଶ୍ୟକ ପଡୁଥିବାବେଳେ ଆମରିସତ୍ୟର ଭୂମିକା ଗୁରୁତ୍ୱପୁର୍ଣ୍ଣ ବୋଲି କହିଥିଲେ । ଆମରିସତ୍ୟର ଶେଷ ୮ପୃଷ୍ଠାରେ ସାଧାରଣ ଜ୍ଞାନ, ଜଣା ଅଜଣା, ସାହିତ୍ୟ, ଭୂଗୋଳ, କଂପ୍ୟୁଟର, ଗଣିତ ଇତ୍ୟାଦିର ୨୦ଟି ପ୍ରଶ୍ନ, ଉତର ଛାତ୍ର ଛାତ୍ରୀ ଓ ଯୁବ ପିଢି ମାନଙ୍କୁ ଜ୍ଞାନ ଧାରଣ କରି ଚାକିରୀ କରାଇବାରେ ସହାୟତା କରିବ ବୋଲି କହିଥିଲେ । ଏହି ଅବସରରେ ଉକ୍ତ କାର୍ଯ୍ୟକ୍ରମରେ ରବିନ୍ଦ୍ର ନାଥ ଖଣ୍ଡୁଆଳ, ବିଭୁ ପ୍ରସାଦ ହରିଚନ୍ଦନ, ସମରଜିତ୍ ପଟ୍ଟନାୟକ, ସତ୍ୟବାଦୀ ସାହୁ ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିବାବେଳେ କାର୍ଯ୍ୟକ୍ରମ ଶେଷରେ ସୁଶାନ୍ତ ରାଉତ ଧନ୍ୟବାଦ ଅର୍ପଣ କରିଥିଲେ ।