ମାଲକାନଗିରି, ଆତ୍ମ ସମର୍ପଣ କଲା ଟପ୍ ମାଓନେତା ମାଓବାଦୀ ମାଡବି ହିଡମା । ତେଲେଙ୍ଗାନାର ମୁଲୁଗ ପୋଲିସ ଷ୍ଟେସନରେ ହିଡମା ଆତ୍ମସମର୍ପଣ କରିଥିବା ସୂଚନା ମିଳିଛି । ସେ ଛତିଶଗଡ ବିଜାପୁରରେ ହୋଇଥିବା ଆକ୍ରମଣ ଘଟଣାର ମାଷ୍ଟରମାଇଣ୍ଡ ଥିଲା । ଯେଉଁଥିରେ ୨୨ ଯବାନ ସହିଦ ହୋଇଥିଲେ ।
ମୁଲୁଗ ପୋଲିସର ସୂଚନା ଅନୁସାରେ, ୨୫ ବର୍ଷୀୟ ହିଡମା ଆଉଡ ଲାଣ୍ଡ୍ କମ୍ୟୁନିଷ୍ଟ ପାର୍ଟି ଅଫ୍ ଇଣ୍ଡିଆର ସଦସ୍ୟ ଅଟେ । ସେ ଛତିଶଗଡରେ ରହୁଥିଲା । ମାତ୍ର ୧୬ ବର୍ଷରେ ସେ ମାଓ ସଂଗଠନରେ ଯୋଗ ଦେଇଥିଲା । ସେ ଅନେକ ଆକ୍ରମଣ ଓ ବିସ୍ଫୋରଣରେ ମାଷ୍ଟରମାଇଣ୍ଡ ଥିବା କୁହାଯାଉଛି । ସେ କେବଳ ସୁରକ୍ଷାକର୍ମୀ ନୁହେଁ ବରଂ ରାଜନେତାଙ୍କୁ ମଧ୍ୟ ଟାର୍ଗେଟ୍ କରୁଥିଲା । ହିଡମା ଯେତିକି ଆକ୍ରମଣ କରିଛି ସେଥିରେ ୭୦ ଜଣ ଯବାନ ସହିଦ ହୋଇଛନ୍ତି । ତା ଉପରେ ଛତିଶଗଡ ପୋଲିସ ୨୫ ଲକ୍ଷ ଟଙ୍କାର ଅର୍ଥରାଶି ଘୋଷଣା କରିଥିଲା । ସବୁଠାରୁ ବଡ କଥା ହେଉଛି ଯେ, ହିଡମାକୁ ଅନେକ ଲୋକ ଦେଖି ନଥିଲେ । ସେ ଅତି ଗୋପନୀୟ ଭାବେ ଅପରେସନ କରୁଥିଲା ।