ନୂଆପଡ଼ା – ନୂଆପଡା ଜିଲ୍ଲା ଖଡିଆଳ ସ୍ଥିତ ଉପଖଣ୍ଡ ସ୍ୱାସ୍ଥ୍ୟ କେନ୍ଦ୍ରରେ ଗତ ୨ ବର୍ଷ ତଳେ ବ୍ଲଡ ଷ୍ଟୋରେଜ ୟୁନିଟ ଖୋଲାଯାଇଥିଲା । ହେଲେ ଆବଶ୍ୟକ ରକ୍ତ ସଂଗ୍ରହ ହୋଇ ପାରୁନଥିବା ଯୋଗୁଁ ଏହି ୟୁନିଟ ବନ୍ଦ କରି ଦିଆଯାଇଥିବା ଜଣାପଡିଛି । ଫଳରେ ଏହି ୟୁନିଟକୁ ତୁରନ୍ତ କାର୍ଯ୍ୟକ୍ଷମ କରିବାକୁ ସାଧାରଣରେ ଦାବି ହେଉଛି । ନୂଆପଡା ଜିଲାର ପ୍ରମୁଖ ଏବଂ ମୁଖ୍ୟସ୍ଥଳୀ ଭାବରେ ଖଡିଆଳ ଜଣାଶୁଣା । ଏଠାରେ ଅକ୍ତ ଅଭାବରୁ ଅନେକ ରୋଗୀ ଉପଯୁକ୍ତ ଚିକିତ୍ସା ସେବା ପାଇ ପାରୁନଥିବା ବେଳେ ବ୍ଲଡ ଷ୍ଟୋରେଜ ୟୁନିଟର ନିତାନ୍ତ ଆବଶ୍ୟକତା ରହିଛି । ରାଜ୍ୟ ସରକାର ତଥା ଜିଲ୍ଲା ପ୍ରଶାସନ ତରଫରୁ ପ୍ରତିମାସରେ ରକ୍ତଦାନ ଶିବିର ଆୟୋଜନ କରି ଆବଶ୍ୟକ ରକ୍ତ ମହଜୁଦ ରଖିବାକୁ ଇତିପୂର୍ବେ ଖଡିଆଳ ଉପଖଣ୍ଡ ଚିକିତ୍ସାଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ । ତଦନୁରୁପ ଖଡିଆଳ ଉପଖଣ୍ଡ ଚିକିତ୍ସାଧିକାରୀ ରକ୍ତଦାନ ଶିବିର ଆୟୋଜନ ପାଇଁ ବୈଠକ ମଧ୍ୟ କରିଥିଲେ । କିନ୍ତୁ କୌଣସି କାରଣ ନଥାଇ ତାହାକୁ ବିନା କାରଣରେ ବନ୍ଦ କରି ଦିଆଯାଇଛି । ଖଡିଆଳ ସ୍ୱାସ୍ଥ୍ୟ କେନ୍ଦ୍ରକୁ ପ୍ରସୂତୀ ଅସ୍ତ୍ରୋପ୍ରଚାର କେନ୍ଦ୍ର ରୁପେ ଜିଲ୍ଲା ପ୍ରଶାସନ ସ୍ୱୀକୃତି ଦେଇଥିବା ବେଳେ ଆନୁସାଙ୍ଗିକ ବ୍ୟବସ୍ଥା ନହେବା କାରଣରୁ ଅନେକ ଗର୍ଭବତୀ ମହିଳାମାନେ ସ୍ୱାସ୍ଥ୍ୟକେନ୍ଦ୍ରରେ ପ୍ରସବ କରିବାକୁ ବିଫଳ ହେଉଛନ୍ତି । ଖଡିଆଳ ସ୍ୱାସ୍ଥ୍ୟକେନ୍ଦ୍ରରେ ଦୈନିକ ୩୦୦ ରୁ ୪୦୦ ରୋଗୀ ଚିକିତ୍ସିତ ହେଉଥିବା ବେଳେ ସେଥିମଧ୍ୟରୁ ୩୦ ଜଣ ଗର୍ଭବତୀ ଚିକିତ୍ସିତ ହୋଇ ଦୈନିକ ୧୦ରୁ ଉଦ୍ଧ୍ୱର୍ ମା’ ପ୍ରସବ କରୁଛନ୍ତି । କିନ୍ତୁ ଅନେକ ମା’ଙ୍କୁ ରକ୍ତ ମିଳୁନଥିବା ଯୋଗୁଁ ଶିଶୁ ଜନ୍ମ ଦେଲା ପରେ ମଧ୍ୟ ନୂଆପଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପ୍ରସୂତୀଙ୍କୁ ନେବାକୁ ବାଧ୍ୟ ହେଉଛନ୍ତି । ବ୍ଲଡ ଷ୍ଟୋରେଜ ୟୁନିଟ କାର୍ଯ୍ୟକ୍ଷମ ହେଲେ ଅନେକ ପ୍ରସୂତୀ ମା’ ସମେତ ଅନ୍ୟାନ୍ୟ ରୋଗୀମାନେ ଉପକୃତ ହୋଇପାରନ୍ତେ ବୋଲି ଖଡିଆଳ ବୁଦ୍ଧିଜିବୀ ପ୍ରକାଶ କରିଛନ୍ତି । ଜିଲ୍ଲା ପ୍ରଶାସନ ତୁରନ୍ତ ଦୃଷ୍ଟି ଦେଇ ବ୍ଲଡ ଷ୍ଟୋରେଜ ୟୁନିଟକୁ କାର୍ଯ୍ୟକ୍ଷମ କରିବାକୁ ସାଧାରଣରେ ଦାବି ହେଉଛି ।
Related Stories
November 24, 2024
November 24, 2024