
ନୂଆପଡ଼ା – ନୂଆପଡା ଜିଲ୍ଲା ଖଡିଆଳ ସ୍ଥିତ ସାଂସ୍କୃତିକ ଅନୁଷ୍ଠାନ ଠାରେ ଖଡିଆଳ ମହୋତ୍ସବ ପାଳନ କମିଟିର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ରବିବାର ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ମହୋତ୍ସବ ପାଳନ କମିଟି ସଭାପତି ଜିତେନ୍ଦ୍ର ନାଥ ପଟ୍ଟନାୟକ ଅଧ୍ୟକ୍ଷତା କରିଥିବା ବେଳେ ଆସନ୍ତା ଜାନୁଆରୀ ୩୦, ୩୧ ଏବଂ ଫେବୃଆରୀ ୧, ୨ ଓ ୩ ତାରିଖ ଯାଏଁ ୫ ଦିନ ବ୍ୟାପି ଖଡିଆଳ ମହୋତ୍ସବ ଅନୁଷ୍ଠିତ ହେବାକୁ ସ୍ଥିରିକୃତ ହୋଇଛି । ଏହି ଅବସରରେ ଚଳିତ ମାସରୁ ପାଣ୍ଠି ସଂଗ୍ରହ, ମହୋତ୍ସବ ପଡିଆ ପୂଜାର୍ଚ୍ଚନା ଉପରେ ଆଲୋଚନା ହୋଇଥିଲା । ଏଠାରେ ସୂଚନା ଯୋଗ୍ୟ ଯେ ବିନା ସରକାରୀ ସହାୟତାରେ ଖଡିଆଳ ଅଞ୍ଚଳବାସୀଙ୍କ ଆର୍ଥିକ ସହଯୋଗରେ ଗତ ୨୦୦୫ ମସିହାରୁ ଆଜି ପର୍ଯ୍ୟନ୍ତ ୧୫ ବର୍ଷ ଧରି ଖଡିଆଳ ସ୍ଥିତ ରାଜା ଆର୍ତତ୍ରାଣ ହାଇସ୍କୁଲ ପଡିଆ ଠାରେ ଖଡିଆଳ ମହୋତ୍ସବ ଅନୁଷ୍ଠିତ ହେଉଅଛି । ଏହି ଅବସରରେ ଶତାଧିକ ଷ୍ଟଲ, ମୀନାବଜାର ସହ ରାଜ୍ୟ ଏବଂ ରାଜ୍ୟ ବାହାରରୁ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥାଏ । ଆଜିର ଏହି ବୈଠକରେ ସୁନିଲ ସାହୁ, ସତୀଶ ପଟ୍ଟନାୟକ, ସୁଶାନ୍ତ ତାଣ୍ଡି, ବଜରଙ୍ଗ ଅଗ୍ରୱାଲ, ଗଙ୍ଗା ମହାନ୍ତି, ଭୋଦେବ ସାହୁ, ଆଦିତ୍ୟ ପାଣିଗ୍ରାହୀ, ସୁରେନ୍ଦ୍ର କୁମାର, ସନ୍ତୋଷ ପଟ୍ଟନାୟକ, ଅକ୍ଷୟ ନନ୍ଦ, ପ୍ରତାପ କେଶରୀ ପଟ୍ଟନାୟକ, ଅମରେଶ ପଟ୍ଟନାୟକ, ରାଜକପୁର ବାରିକ, ମୋତିଲାଲ ବାଗ, ଲୋହିତାକ୍ଷ ଯୋଷୀ, ବିଜୟ ସହିସ, ସିଦ୍ଧାର୍ଥ ମହାପାତ୍ର, ରାମଚନ୍ଦ୍ର ମିଶ୍ର, ଗୋପାଲ ଦାସ ସମେତ ଶତାଧିକ ମହୋତ୍ସବ ପାଳନ କମିଟିର କର୍ମକର୍ତା ଉପସ୍ଥିତ ଥିଲେ ।