ଭଦ୍ରକ – ଏହି ଜିଲାର ବାସୁଦେବପୁର ବ୍ଲକ୍ ଅଧୀନସ୍ଥ ଚାନ୍ଦିମାଳ ଗଦି ଗ୍ରାମରେ ଜଣେ ଘରୋଇ ଫାଇନାନ୍ସ କଂପାନୀ ଏଜେଣ୍ଟକୁ ମହିଳାମାନେ ବାନ୍ଧି ଅର୍ଥ ଆଦାୟ କରିବା ଘଟଣା ଚର୍ଚ୍ଚାର ବିଷୟ ହୋଇଛି । ପ୍ରାପ୍ତ ଖବରରୁ ଯାହା ଜଣାଯାଏ ଏକ ପ୍ରାଇଭେଟ୍ ଫାଇନାନ୍ସ ସଂସ୍ଥାର ମାର୍କୋଣା ଶାଖା ଏଜେଣ୍ଟ ଜଣକ କସିଆ ମେରାଇନ୍ ଥାନା ପାରାପୋଖରୀ ଗ୍ରାମର ଜଣେ ମହିଳାଙ୍କ ଠାରୁ ୧୯ ହଜାର ଟଙ୍କା ନେଇ ଉକ୍ତ ଅର୍ଥକୁ କଂପାନୀରେ ଜମା ନକରି ଫେରାର ହୋଇଯାଇଥିଲେ । ବହୁଦିନ ପରେ ସଂପୃକ୍ତ ଏଜେଣ୍ଟକୁ ଚାନ୍ଦିମାଳ ଗଦି ଗ୍ରାମରେ ଦେଖିବା ପରେ ଶତାଧିକ ମହିଳା ତାକୁ ଖୁଣ୍ଟରେ ବାନ୍ଧି ପକାଇଥିଲେ । ପରେ ସ୍ଥାନୀୟ କିଛି ଭଦ୍ରବ୍ୟକ୍ତିଙ୍କ ହସ୍ତକ୍ଷେପରେ ଏଜେଣ୍ଟ ଜଣକ ନିଜ ଦୋଷ ସ୍ୱୀକାର କରିବା ସହ ସମସ୍ତ ଅର୍ଥ ଫେରାଇଥିଲେ । ଏହି ଘଟଣାଟି ସ୍ଥାନୀୟ ଅଂଚଳରେ ବେଶ୍ ଚର୍ଚ୍ଚାର ବିଷୟ ହୋଇଛି ।
Related Stories
December 12, 2024