ଭଦ୍ରକ – ଆଜି ଏହି ଜିଲାର ଧାମନଗର ବ୍ଲକ୍ ଅଧୀନସ୍ଥ ଅର୍ଜୁନପୁର ପୋଲ ନିକଟରେ ଜଣେ ଅଜଣା ଯୁବତୀଙ୍କୁ ଅଚେତ୍ ଅବସ୍ଥାରେ ଉଦ୍ଧାର କରାଯାଇଛି । ତେବେ ପ୍ରାପ୍ତ ଖବରରୁ ଯାହା ଜଣାଯାଏ ଏହି ଯୁବତୀଟି ସଂଜ୍ଞାହୀନ ଅବସ୍ଥାରେ ପୋଲ ନିକଟରେ ପଡିଥିଲେ । ଦୁଇଜଣ ସଂଖ୍ୟାଲଘୁ ସଂପ୍ରଦାୟର ଯୁବକ ତାଙ୍କୁ ଉଦ୍ଧାର କରି ପ୍ରଥମେ ଧାମନଗର ଡାକ୍ତରଖାନା ଆଣିବା ପରେ ଚିକିତ୍ସା କରାଯାଇଥିଲା । ତେବେ ଘଟଣାଟିର ଗୁରୁତ୍ୱ ଯୁବତୀଟିର ସଂକଟାପନ୍ନ ଅବସ୍ଥା ଦେଖି ତାକୁ ଡାକ୍ତରମାନେ ଭଦ୍ରକ ଜିଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଥିଲେ । ସେଠାରେ ତାର ଅବସ୍ଥା ଗୁରୁତର ହେବାରୁ ଶେଷ ମୁହୂର୍ତରେ କଟକ ଡାକ୍ତରଖାନା ପଠାଯାଇଛି । ତେବେ ନିର୍ଭରଯୋଗ୍ୟ ସୂତ୍ରରୁ ଯୁବତୀଟି ଯାଜପୁର ଜିଲା ଅହିୟାସ ଅଂଳଚର ବୋଲି ଜଣାପଡିଛି ।
Related Stories
November 5, 2024