
ଭୁବନେଶ୍ୱର, ଗ୍ରାମ ନିର୍ମାଣ ସଂସ୍ଥାର ପୁନର୍ବିନ୍ୟାସ ପାଇଁ ଆସିଥିବା ପ୍ରସ୍ତାବକୁ ରାଜ୍ୟ କ୍ୟାବିନେଟ୍ ମଂଜୁର କରିଛନ୍ତି । ରାୟଗଡା ଠାରେ ଏକ ନୂତନ କ୍ଷେତ୍ରୀୟ ମଣ୍ଡଳ, ଉଦଳା , ବାଂଶପାଳ ଓ ବଣାଇଠାରେ ୩ ଟି ନୂତନ ଡିଭିଜନ୍ ଓ ଅଧିକ ୮ଟି ଗୁଣବତା ନିୟନ୍ତ୍ରଣ ଡିଭିଜନ୍ , ପ୍ରତି ପଂଚାୟତ ସମିତି ସ୍ତରରେ ଗୋଟିଏ ଲେଖାଏଁ ସବ୍ ଡିଭିଜନ୍ ଓ ଓଡିଶା ଖଣିଜ ସମ୍ପଦ ଭରା ଅଂଚଳ ବିକାଶ ନିଗମ ଅଧିନରେ ୧୦ଟି ପ୍ରୋଜେକ୍ଟ ସବ ଡିଭିଜନ ସୃଷ୍ଟି କରିବାକୁ ସ୍ଥିର ହୋଇଛି । ଏଥିପାଇଁ ଗ୍ରାମ ନିର୍ମାଣ ସଂସ୍ଥାରେ ସହକାରୀ ନିର୍ବାହୀ ଯନ୍ତ୍ରୀଙ୍କ ଠାରୁ ଆରମ୍ଭ କରି ଯନ୍ତ୍ରୀ ମୁଖ୍ୟ ପର୍ଯ୍ୟନ୍ତ ଆଉ ୧୪୨ ଟି ଅଧିକ ପଦବୀ ସୃଷ୍ଟି କରାଯିବ ।