
ଭୁବନେଶ୍ୱର, ପଂଚାୟତ ନିର୍ବାଚନରେ ପ୍ରାର୍ଥୀ ଏଣିକି ସତ୍ୟପାଠ ଦାଖଲ କରି ସେମାନଙ୍କ ତଥ୍ୟ ଦେବେ । ପ୍ରାର୍ଥୀମାନେ ମନୋନୟନ ପତ୍ର ଦାଖଲ ସମୟରେ ଅପରାଧିକ ମାମଲା, ସମ୍ପତି ବିବରଣୀ ଏବଂ ଶିକ୍ଷାଗତ ଯୋଗ୍ୟତା ସମ୍ପର୍କିତ ସତ୍ୟପାଠ ଦାଖଲ କରିବେ । ମିଥ୍ୟା ସତ୍ୟପାଠ ଦାଖଲ କଲେ ଆଇନତଃ ଦଣ୍ଡିତ କରିବାର ପ୍ରାବଧାନ ରହିଛି । ଏସମ୍ପର୍କିତ ପ୍ରସ୍ତାବକୁ ରାଜ୍ୟ କ୍ୟାବିନେଟ୍ ଅନୁମୋଦନ କରିଛନ୍ତି ।