ମାଲକାନଗିରି – ମାଲକାନଗିରି ଗ୍ରାମ୍ୟ ନିର୍ମାଣ ବିଭାଜନ-୧ ଦ୍ବାରା ଯେତେ ସବୁ ରାସ୍ତା ନିର୍ମାଣ କରାଯାଇଛି ସେସବୁ ଅତ୍ୟନ୍ତ ନିମ୍ନ ମାନର । ଯାହାକି ଆଖିରେ ନଦେଖିଲେ ବିଶ୍ବାସ କରିହେବନାହିଁ ।
ଏଠାରେ ନିମ୍ନମାନର କାର୍ଯ୍ୟ କରି ଠିକାଦାର ଯନ୍ତ୍ରୀମାନଙ୍କ ମଧୁଚନ୍ଦ୍ରିକାରେ କୋଟି କୋଟି ଟଙ୍କା ଆତ୍ମସାତ ହୋଇଥିବା ଅଭିଯୋଗ ହୋଇଛି । ଭାତ ହାଣ୍ଡିରୁ ଯେମିତି ଗୋଟିଏ ଭାତକୁ ପରଖା ଯାଏ ସେମିତି ଗୋଟିଏ ରାସ୍ତାକୁ ଦେଖିଲେ ଅନ୍ୟ ରାସ୍ତାଗୁଡିକର ଅବସ୍ଥା ସଂପର୍କରେ ଯେ କେହି ଅବଗତ ହୋଇପାରିବ । ମାଲକାନଗିରି ଏକ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ ଭାବେ ସମଗ୍ର ଓଡିଶାରେ ପରିଚିତ । ଜନ ସାଧାରଣଙ୍କ ସଚେତନତା ଅଭାବରୁ ସରକାରୀ ଅଧିକାରୀ ଓ ଯନ୍ତ୍ରୀମାନେ ନିଜକୁ ସର୍ବେସର୍ବା ମାନିଥାନ୍ତି । ସେମାନଙ୍କ ମନମୁଖୀ ଶାସନ ଓ ସ୍ବେଛାଚାରିତା କାର୍ଯ୍ୟକଳାପରେ ପ୍ରଶ୍ନ ଉଠାଇବାକୁ କେହି ନଥିବା ବେଳେ ସ୍ଥାନୀୟ ଲୋକ ପ୍ରତିନିଧିମାନେ ମଧ୍ୟ ନିରବ ଦ୍ରଷ୍ଟା ସାଜିଛନ୍ତି । ଫଳରେ ଦିନକୁ ଦିନ ଦୁର୍ନୀତି ବ୍ୟାପକ ଭାବେ ମୁଣ୍ଡ ଟେକିଛି ।
ପ୍ରାପ୍ତ ସୂଚନା ଅନୁସାରେ, ମାଲକାନଗିରି ଗ୍ରାମ୍ୟ ନିର୍ମାଣ ବିଭାଜନ-୧ ଟେକଗୁଡା ଠାରୁ ଅଁଳାଗୁଡା ୨.୬୫୦ କିମି ରାସ୍ତା ପ୍ରଧାନ ମନ୍ତ୍ରୀ ଗ୍ରାମ ସଡକ ଯୋଜନାରେ କାର୍ଯ୍ୟ ହୋଇଥିବାବେଳେ ଏହାର ଖର୍ଚ୍ଚ ଅଟ୍ଟକଳ ୯୭.୫୦ ଲକ୍ଷ ରଖାଯାଇଥିଲା । ଏହି ରାସ୍ତାର କାର୍ଯ୍ୟାରମ୍ଭ ତା:୧୮.୧୨.୨୦୧୭ ହେବାକୁ ଥିବାବେଳେ ବେଳେ କାର୍ଯ୍ୟ ଶେଷ ଅବଧି ତା. ୧୭.୯.୨୦୧୮ ରଖାଯାଇଥିଲା । ଏହାକୁ ପିଏମ ଠିକାଦାର ଭୁବନେଶ୍ବର କରିଥିବା ନାମ ଫଳକରେ ଉଲ୍ଲେଖ ରହିଛି । ପାଞ୍ଚ ବର୍ଷ ପାଇଁ ମରାମତି ମୂଲ୍ୟ ୧୧.୩୩ ହଜାର ରହିଛି । ଇତି ମଧ୍ୟରେ ମାଲକାନଗିରି ଗ୍ରାମ୍ୟ ନିର୍ମାଣ ବିଭାଜନ-୧ର ନିର୍ବାହୀ ଯନ୍ତ୍ରୀଙ୍କ ବଦଳି ହୋଇଯାଇଥିବା ବେଳେ ସହକାରୀ ଯନ୍ତ୍ରୀ କାନକ ପ୍ରଧାନ ସମସ୍ତ ରାସ୍ତା ନିର୍ମାଣ ବିଫଳ ହୋଇଥିବା ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ଏ ଭଳି ନିମ୍ନମାନର ପ୍ରଧାନ ମନ୍ତ୍ରୀ ସଡ଼କ ଯୋଜନାରେ ରାସ୍ତା ନିର୍ମାଣ କରି କୋଟି କୋଟି ଅର୍ଥ ଆତ୍ମସାତ କରାଯାଇଥିବା ବେଳେ ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ସହ ଭିଜିଲାନ୍ସ ତଦନ୍ତ କରିବାକୁ ସାଧାରଣରେ ଦାବୀ ହେଉଛି ।
Related Stories
December 10, 2024