ଭଞ୍ଜନଗର- ଗଞ୍ଜାମ ଜିଲ୍ଲା ବଡଗଡ଼ ପୋଲିସ ଗଉଡ଼ ଗୋଠ ଗ୍ରାମର ନିରାକାର ନାୟକ କୁ ମାଓ କାର୍ଯ୍ୟ କଳାପ ରେ ସମ୍ପୃକ୍ତ ଥିବା ଅଭିଯୋଗ ରେ ଆଜି ଗିରଫ କରିଛି l ସୂଚନା ମୁତାବକ ପୂର୍ବରୁ ନିରାକାର ନାମରେ ମାଓ ଲିଙ୍କ ରେ 5ଟି କେଶ ରହିଛି l ଗତ 2ବର୍ଷ ତଳେ ସେ ଜାମିନ ରେ ଖଲାସ ହୋଇଥିଲା l 2019 ସାଧାରଣ ନିର୍ବାଚନ ରେ ନିରାକାର ସ୍ୱାଧୀନ ପ୍ରାର୍ଥୀ ଭାବେ ସୋରଡ଼ା ନିର୍ବାଚନ ମଣ୍ଡଳୀ ରେ ପ୍ରତିଦ୍ବନ୍ଦୀତା କରିଥିଲା l ଏବେ ଅଖିଳ ଭାରତ କ୍ଷେତ ମଜଦୂର କିଷାନ ସଭା ର ସଭାପତି ଭାବେ କାର୍ଯ୍ୟ କରୁଥିଲା l ସେ ପୂର୍ବରୁ ମାଓ ନେତା ସବ୍ୟସାଚୀ ପଣ୍ଡା ଙ୍କ ସହଯୋଗୀ ଭାବେ କାର୍ଯ୍ୟ କରୁଥିବା ପୋଲିସ କହିଛି l
Related Stories
November 23, 2024