ଗଞ୍ଜାମ – ଗଞ୍ଜାମ ଜିଲ୍ଲା କୁକୁଡ଼ାଖଣ୍ଡି ବ୍ଲକର ହୁଗୁଳାପଟା ଗ୍ରାମରେ ଗତ ୩ ଦିନ ମଧ୍ୟରେ ୨୫ ରୁ ଉଦ୍ଧ୍ୱର୍ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇଛନ୍ତି । ଆକ୍ରାନ୍ତଙ୍କ ମଧ୍ୟରୁ କେତେକ ସମ୍ପ୍ରତି ବ୍ରହ୍ମପୁର ବଡ ମେଡିକାଲରେ ଚିକିତ୍ସାଧିନ ଅଛନ୍ତି । ତେବେ ଝାଡ଼ାବାନ୍ତି ବ୍ୟାପୀବାର କାରଣ ଜଣାପଡିନାହିଁ । ରୋଗ ନିରାକରଣ ପାଇଁ କୁକୁଡ଼ାଖଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ପକ୍ଷରୁ ସମସ୍ତ ପ୍ରତିଶେଧକ ବ୍ୟବସ୍ଥା ଗ୍ରହଣ କରାଯାଇଛି । ଏକ ସ୍ୱାସ୍ଥ୍ୟ ଟିମ୍ ଗ୍ରାମରେ ରହି ଆକ୍ରାନ୍ତଙ୍କୁ ସ୍ୱାସ୍ଥ୍ୟସେବା ଯୋଗାଇଦେବା ସହିତ ପରିମଳ ବ୍ୟବସ୍ଥାର ତଦାରଖ କରୁଛନ୍ତି । ଖୁବ୍ ଶୀଘ୍ର ସ୍ଥିତି ସ୍ୱାଭାବିକ୍ ହେବ ବୋଲି ଆଶା କରାଯାଉଛି ।
Related Stories
November 5, 2024