ଭଦ୍ରକ – ଭଦ୍ରକରେ ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ପାଳନ ଅବସରରେ ଭଦ୍ରକ ଜିଲ୍ଲା ପ୍ରଶାସନ ଓ ଭିଜିଲାନ୍ସ ବିଭାଗ ମିଳିତ ଆନୁକୂଲ୍ୟରେ ସଚେତନତା ମୂଳକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଭଦ୍ରକ ଜିଲ୍ଲାପାଳଙ୍କ ସଦଭାବନା ସଭାଗୃହ ପରିସରରେ ଆୟୋଜିତ ସଚେତନତା ସଭାରେ ଜିଲ୍ଲାପାଳ ଜ୍ଞାନ ଦାସ ମୁଖ୍ୟଅତିଥି ଭାବରେ ଯୋଗ ଦେଇ ସମାଜରୁ ଦୁର୍ନୀତି ବିଲୋପ ପାଇଁ ସରକାର ଓ ଭିଜିଲାନ୍ସ ବିଭାଗ ପକ୍ଷରୁ ଅନେକ ପଦକ୍ଷେପ ନିଆଯାଉଛି । ଶାସନ କ୍ଷେତ୍ରରେ ସଂସ୍କାର ଅଣାଗଲେ ମଧ୍ୟ ଦୁର୍ନୀତି ନିବାରଣ ପାଇଁ ବ୍ୟାପକ ସଚେତନତା, ମାନବିକତା ଏବଂ ନିଜର କର୍ମପ୍ରତି ସଚ୍ଚୋଟତା ଓ ନୈତିକତା ଆବଶ୍ୟକତା ରହିଛି ବୋଲି କହିଥିଲେ । ସମ୍ମାନିତ ଅତିଥି ଭାବରେ ଅତିରିକ୍ତ ଜିଲ୍ଲାପାଳ ଶ୍ୟାମଭକ୍ତ ମିଶ୍ର, ଆରକ୍ଷୀ ଅଧିକ୍ଷକ ପଣ୍ଡିତ ରାଜେଶ ଉତମରାଓ ଓ ବାଲେଶ୍ୱର ଦୁର୍ନୀତି ନିବାରଣ ବିଭାଗର ଆରକ୍ଷୀ ଅଧୀକ୍ଷକ ସୁନୀଲ କୁମାର ସେନାପତି, ପ୍ରକଳ୍ପ ନିର୍ଦ୍ଦେଶକ ମଧୁସୂଦନ ମିଶ୍ର ପ୍ରମୁଖ ଯୋଗ ଦେଇ ସମାଜରୁ ଦୁର୍ନୀତି ବିଲୋପ ପାଇଁ ବିଭିନ୍ନ ଦୃଢ ଗ୍ରହଣ କରାଯାଉଛି ବୋଲି କହିଥିଲେ । ଦୁର୍ନୀତି ଏକ ସାମାଜିକ ବ୍ୟାଧି । ଏହା ଦେଶ ବିକାଶରେ ବାଧକ ବୋଲି କହିବା ସହ ଦୁର୍ନୀତିର ମୂଳୋତ୍ପାଟନ ପାଇଁ ସମାଜର ସମସ୍ତ ଜନସାଧାରଣ ସଚେତନତା ହେବାକୁ ବକ୍ତବ୍ୟରେ କହିଥିଲେ । ମୁଖ୍ୟବକ୍ତା ଭାବରେ ଅବସରପ୍ରାପ୍ତ ପ୍ରାଧ୍ୟାପକ ତଥା ଓଡିଶା ସାହିତ୍ୟ ଏକାଡେମୀ ସଦସ୍ୟ ଡ. ଶଶଧର ଦାସ ଯୋଗଦେଇ ସଂପ୍ରତି ଦେଶର ପ୍ରଗତି କ୍ଷେତ୍ରରେ ଦୁର୍ନୀତି କିପରି ପ୍ରତିବନ୍ଧକ ସାଜିଛି ସାଧାରଣ ଲୋକେ ସଚେତନ ନହେବା ପର୍ଯ୍ୟନ୍ତ ସମାଜରୁ ଦୁର୍ନିତୀ ହଟିବା କଷ୍ଟକର ହୋଇଥିବା ବେଳେ ସରକାରଙ୍କ ଦ୍ୱାରା ପ୍ରଣିତ ଦୁର୍ନିତୀ ନିବାରାରଣ ଆଇନ କାର୍ଯ୍ୟକାରୀ ମଧ୍ୟ ସହଜ ନୁହେଁ ବୋଲି ବକ୍ତବ୍ୟରେ ପ୍ରକାଶ କରିଥିଲେ । ଡ଼ିଏସପି ଭିଜିଲାନ୍ସ ଭଦ୍ରକ ସଂଞ୍ଜୟ କୁମାର ଦାସ ମହାପାତ୍ର ଓ ରୋଟାରୀ ମିଡ୍ଟାଉନ ସଭାପତି ଅତିସ ବେହେରା ପ୍ରମୁଖ ସରକାରୀସ୍ତର ହେଉ କି ବେସରକାରୀ ସ୍ତର ହେଉ ସବୁଠୁଁ ତୃଣମୂଳ ସ୍ତରରୁ ଉପରସ୍ତର ପର୍ଯ୍ୟନ୍ତ ସାଧୁତା ଓ ସ୍ୱଚ୍ଛତା ବଜାଇ ରହିଲେ ଦୁର୍ନୀତି ନିବାରଣ ହୋଇପାରିବ ବୋଲି ନିଜ ବକ୍ତବ୍ୟରେ କହିଥିଲେ । ସେହିପରି ଭଦ୍ରକ ସ୍ୱୟଂ ଶାସିତ ମହାବିଦ୍ୟାଳୟର ଛାତ୍ର ମୋହିତ ମହାପାତ୍ର ଓ ଏସବିଡି ଇଂଟରନ୍ୟାସନାଲ ସ୍କୁଲର ଛାତ୍ରୀ ଆଲିଶା ବିଶ୍ୱାଳ ଦୁର୍ନିୀତି ନିବାରଣ ସମ୍ପର୍କରେ ସେମାନଙ୍କର ନିଜସ୍ୱ ମତ ଉପସ୍ଥାପନା କରିଥିଲେ । ପ୍ରାରମ୍ଭରେ ଜିଲ୍ଳାପାଳ ସମସ୍ତଙ୍କୁ ଶପଥ ପାଠ କରାଇଥିଲେ । ସମାଜରୁ ଦୁର୍ନୀତି ଦୂର କରିବା ପାଇଁ ହେଲେ ପ୍ରଥମେ ଏହା ପରିବାରରୁ ଆରମ୍ଭ କରିବାକୁ ହେବ ଏବଂ ଏଥିପାଇଁ ଛାତ୍ରଛାତ୍ରୀ , ପିତାମାତା ଓ ଅଭିଭାବକମାନଙ୍କୁ ଏ ଦିଗରେ ଅନୁପ୍ରାଣିତ କରିବାକୁ ଆହ୍ୱାନ ଦେବା ସହିତ ସଚ୍ଚୋଟତାକୁ ପ୍ରୋତ୍ସାହନ ଦେଲେ ଦୁର୍ନୀତି ଦୂରହୋଇ ପାରିବ ବୋଲି ଜିଲ୍ଲାପାଳ ଶ୍ରୀ ଦାସ ତାଙ୍କ ବକ୍ତବ୍ୟରେ କହିଥିଲେ । ଉଚ୍ଚବିଦ୍ୟାଳୟ ଓ ମହାବିଦ୍ୟାଳୟ ସ୍ତରୀୟ ଦୁର୍ନିତୀ ନିବାରଣ ଉପରେ ବକ୍ତୃତା ପ୍ରତିଯୋଗିତାରେ ପୁରସ୍କାର ପ୍ରଦାନ କରିଥିଲେ । ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଗୋଲଖ ଚନ୍ଦ୍ର ବେହେରା ଉତ୍ସବରେ ସଭାପତିତ୍ୱ କରିବା ସହ ଧନ୍ୟବାଦ ଅର୍ପଣ କରିଥିଲେ । ଉକ୍ତ ଉତ୍ସବରେ ବରିଷ୍ଠ ନାଗରିକ, ବୁଦ୍ଧିଜୀବି, ଗଣମାଧ୍ୟମ ପ୍ରତିନିଧି, ବିଭିନ୍ନ ଶିକ୍ଷାନୁଷ୍ଠାନର ଛାତ୍ରଛାତ୍ରୀ ଶିକ୍ଷକ ଶିକ୍ଷୟତ୍ରୀ ଓ ଜିଲ୍ଲାସ୍ତରୀୟ ବିଭିନ୍ନ ଅଧିକାରୀମାନେ ଯୋଗ ଦେଇଥିଲେ ।
Related Stories
November 3, 2024