
ଭଦ୍ରକ – ଭଦ୍ରକ ଜିଲ୍ଲା ସ୍ୱଳ୍ପସଂଚୟ କାର୍ଯ୍ୟାଳୟ ପକ୍ଷରୁ ଜିଲ୍ଲାସ୍ତରୀୟ ବିଶ୍ୱ ମିତବ୍ୟୟୀତା ଦିବସ ପାଳିତ ହୋଇଯାଇଛି । ଜିଲ୍ଲା ସ୍ୱଳ୍ପସଂଚୟ ଅଧିକାରୀ ସୈମ୍ୟଶ୍ରୀ ପାଣିଗ୍ରାହୀଙ୍କ ନେତୃତ୍ୱରେ ଏକ ଶୋଭାଯାତ୍ରା ସହର ପରିକ୍ରମା କରିଥିଲା । ଜିଲ୍ଲାପାଳ ଜ୍ଞାନ ଦାସ ମୁଖ୍ୟଅତିଥିଭାବରେ ଯୋଗ ଦେଇ ପତାକା ଦେଖାଇ ସ୍କୁଲ ଛାତ୍ରଛାତ୍ରୀମାନଙ୍କର ଶୋଭାଯାତ୍ରାକୁ ଉଦଘାଟନ କରିଥିଲେ । ଏହି ଶୋଭାଯାତ୍ରାରେ ଜିଲ୍ଲାର ସ୍ୱଳ୍ପ ଏଜେଂଟ ଏବଂ ସ୍କୁଲ ଛାତ୍ରଛାତ୍ରୀମାନେ ଅଂଶଗ୍ରହଣ କରିଥିଲେ । ଅନ୍ୟତମ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ଶ୍ୟାମଭକ୍ତ ମିଶ୍ର,ପ୍ରକଳ୍ପ ନିର୍ଦ୍ଦେଶକ ମଧୁସୂଦନ ଦାସ,ଉପଜିଲ୍ଲାପାଳ ପିତାମ୍ବର ସାମଲ, ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ଗୋଲଖ ଚନ୍ଦ୍ର ବେହେରା ପ୍ରମୁଖ ଯୋଗ ଦେଇଥିଲେ । ଏହି ଅବସରରେ ସ୍ୱଳ୍ପ ସଂଚୟ ଯୋଜନାମାନ ବିଷୟରେ ବିଷଦ ବିବରଣୀ ପ୍ରସ୍ତୁତି କରିଥିଲେ ଦେବୀଦତ ମହାନ୍ତି ଏବଂ ସଂଚୟର ଉପକାରିତା ବିଷୟରେ ବୁଝାଇଥିଲେ ନିରଞ୍ଜନ ଜେନା ଜିଲ୍ଲା ସ୍ତରରେ ଆସନ୍ତା ସପ୍ତାହ ସ୍ୱଳ୍ପ ସଂଚୟ ବିଭାଗ ପକ୍ଷରୁ ବ୍ୟାପକ ଜନସେଚତନତା କାର୍ଯ୍ୟକ୍ରମ ଆୟୋଜନ କରାଯିବାକୁ ନିଷ୍ପତି ହୋଇଛି ।