ଭଦ୍ରକ – ଶ୍ରୀଜଗନ୍ନାଥ ପ୍ରଚାର ସମିତିର ଉଦ୍ଘାଟନ ଉତ୍ସବ ପୂର୍ବାହ୍ନ ୧୨ ଘଟିକାରେ ମହା ସମାରୋହରେ ଉଦ୍ଘାଟନ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବରେ ଭଦ୍ରକ ଜିଲ୍ଲାର ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ବିକାଶ ଚନ୍ଦ୍ର ଦାଶ ଉତ୍ସବକୁ ଉଦ୍ଘାଟନ କରି ଶ୍ରୀଜଗନ୍ନାଥଙ୍କର ସ୍ମୃତି ଚାରଣ କରିଥିଲେ । ଏ ଉପଲକ୍ଷେ ଆୟୋଜିତ ଆଧ୍ୟାତ୍ମିକ ସଭାରେ ସମିତିର ମୁଖ୍ୟ ପଣ୍ଡିତ ଭାଗିରଥୀ ନନ୍ଦଶର୍ମା ଓ ସମ୍ମାନିତ ଅତିଥି ଭାବେ ରୋଟାରିଆନ ଶିଶିର ମିଶ୍ର ଯୋଗ ଦେଇ ତାଙ୍କର ସଂକ୍ଷିପ୍ତ ବକ୍ତବ୍ୟ ରଖିଥିଲେ । ସମିତିର ମୁଖ୍ୟ ଆବାହକ ଶରତ ଚନ୍ଦ୍ର ସାହୁ ସମିତିର ସୂଚନା ଦେଇଥିଲେ । ସହ ଆବାହକ ବାବୁଲାଲ ଦାସ ଶେଷସ୍ପର୍ଶ ପ୍ରଦାନ କରିଥିଲେ । ଅପୂର୍ବ ନାରାୟଣ ପ୍ରଧାନ ଓ ପଦ୍ମଲୋଚନ ମହାପାତ୍ର ସହାୟକ ପ୍ରଦାନ କରିଥିଲେ । ଅପୂର୍ବ ଉନ୍ମାଦନା ମାଧ୍ୟମରେ ସାନ୍ଧ୍ୟ ଅଧିବେଶନ ସମିତିର ମୁଖ୍ୟ ଭାଗିରଥୀ ନନ୍ଦଶର୍ମାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା । ମୁଖ୍ୟଅତିଥି ଭାବେ ଘାସଫୁଲର ସମ୍ପାଦକ ତଥା ଧାମନଗର ବିଧାୟକ ବିଷ୍ଣୁ ସେଠୀ, ମୁଖ୍ୟବକ୍ତା ଭାବରେ କେନ୍ଦ୍ରାପଡ଼ା ସଂସ୍କୃତି ବିକାଶ ପରିଷଦର ସଭାପତି ପଣ୍ଡିତ ହୃଷିକେଶ ରଥ, ସମ୍ମାନିତ ଅତିଥି ଭାବେ ଡାକ୍ତର ପ୍ରଦୀପ ନାୟକ, ବରିଷ୍ଠ ଆଇନଜୀବୀ ନିରାକାର ଜେନା, ଅତିରିକ୍ତ ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ବିକାଶ ଚନ୍ଦ୍ର ଦାଶ ଯୋଗ ଦେଇ ନିଜ ନିଜ ବକ୍ତବ୍ୟରେ ଶ୍ରୀଜଗନ୍ନାଥ ସଂସ୍କୃତି ବିଶ୍ୱ ସଂସ୍କୃତିର ପ୍ରତୀକ ଓ ଓଡ଼ିଆ ଜାତିର ରକ୍ଷାକର୍ତା ତଥା ଆଧ୍ୟାତ୍ମିକ ଚିନ୍ତା ଚେତନାର ମୂର୍ତିମନ୍ତ ପ୍ରତୀକ ବୋଲି ମତ ପ୍ରକଟ କରିଥିଲେ । ମୁଖ୍ୟବକ୍ତା ଶ୍ରୀ ରଥ ତାଙ୍କ ବକ୍ତବ୍ୟରେ ଜୟଦେବଙ୍କ ‘ଗୀତ ଗୋବିନ୍ଦ’ ଆଧାରରେ ଶ୍ରୀଜଗନ୍ନାଥଙ୍କ ମହିମା ବର୍ଣ୍ଣନା କରିଥିଲେ । ମୁଖ୍ୟ ଅତିଥି ଶ୍ରୀ ସେଠୀ ତାଙ୍କର ସୁଲଳିତ ସଂଗୀତରେ ଶ୍ରୀଜଗନ୍ନାଥଙ୍କର ତଥ୍ୟତତ୍ୱ ପ୍ରଦାନ କରିଥିଲେ । ଅଧିବେଶନ ପ୍ରାରମ୍ଭରେ ଶିଶୁ କଳାକାରଙ୍କ ଦ୍ୱାରା ଅତିଥିମାନଙ୍କୁ ସ୍ୱାଗତ କରିଥିଲେ । ସମିତିର ମୁଖ୍ୟ ଆବାହକ ଶରତ ଚନ୍ଦ୍ର ସାହୁ ପରିଚୟ ପ୍ରଦାନ କରିବା ସଂଗେ ସଂଗେ ସମିତିର ବିବରଣୀ ପାଠ କରିଥିଲେ । ସହଆବାହକ ବାବୁଲାଲ ଦାସ ଉପଢୌକନ ପ୍ରଦାନ ପ୍ରଦାନ ପୂର୍ବକ ଅତିଥିଙ୍କୁ ସ୍ୱାଗତ କରିଥିଲେ । ଏହି ଅବସରରେ ତିହିଡ଼ି ଅଞ୍ଚଳର ତିନିଗୋଟି ସଂକୀର୍ତନ ମଣ୍ଡଳୀର କଳାକାରମାନଙ୍କୁ ମୁଖ୍ୟ ଅତିଥି ଶ୍ରୀ ସେଠୀ ପ୍ରମାଣପତ୍ର ପ୍ରଦାନ କରିଥିଲେ । ପରେ ପ୍ରବଚକ ସୁଧାକର ଧନୀ, ପ୍ରବଚିକା ସୁଶ୍ରୀ ତପସ୍ୱିନୀ ପାଢୀ, ବିଶ୍ୱମୈତ୍ରୀ ନାୟକ ଓ ରବୀନ୍ଦ୍ର ନାୟକ ପ୍ରବଚନ ପ୍ରଦାନ କରିଥିଲେ ।
Related Stories
November 26, 2024