କେନ୍ଦ୍ରାପଡ଼ା – ଜଣେ ୧୩ ବର୍ଷର ନାବାଳିକାକୁ ଜୋର ଜବରଦସ୍ତ କୁକର୍ମ କରିବା ଅଭିଯୋଗରେ କେନ୍ଦ୍ରାପଡା ଜିଲ୍ଲା ଅତିରିକ୍ତ ଦୈାରାଜଜ୍ ୭ ବର୍ଷ ଜେଲ୍ ଓ ୧୦ ହଜାର ଟଙ୍କା ଜୋରିମାନା କରିଛନ୍ତି । ଅଭିଯୁକ୍ତ ଜଣକ ନାବାଳିକାକୁ ଏକୁଟିଆ ଦେଖି ଟଣା ଓଟରା କରିବା ସହ ଶାରିରୀକ ନିର୍ଯ୍ୟାତନା ଦେଇଥିଲା । ଘଟଣା ମୁତାବକ କେନ୍ଦ୍ରାପଡା ସଦରଥାନା ଅଧିନ କୁଶିଆ ପାଳ ଗ୍ରାମର ପିଡିତା ନାବାଳିକା ଜଣକ ୨୦୧୫ ମସିହା ଅକ୍ଟୋବର ମାସ ୨୩ ତାରିଖରେ ମଧ୍ୟାହ୍ନ ୧.୩୦ ମିନିଟ୍ ସମୟରେ ଠାକୁରହାଟରୁ ସାଇକେଲ୍ରେ ଟ୍ୟୁସନ୍ରୁ ଫେରୁଥିବାବେଳେ ବାଟରେ ଏକୁଟିଆ ଦେଖି କୁଶିଆପାଳ ଛାଂଚୁଣିଆ ଗ୍ରାମର ଚଗଲା ଓରଫ ଦିବାକର ନାୟକ (୪୦) ମଟର ସାଇକେଲ୍ରେ ପିଛା କରି ଠାକୁରହାଟ ଫାର୍ମ ହାଉସ୍ ନିକଟରେ ଅଟକାଇ ଟଣା ଓଟରା କରିଥିଲା ଏବଂ ନିକଟସ୍ଥ ନିରୋଳା ଜାଗାକୁ ନେଇ ଶାରିରୀକ ନିର୍ଯ୍ୟାତନା ଦେଇଥିଲା । ଏହାକୁ ନେଇ ପିଡିତା ନାବାଳିକାର ପରିବାର ପକ୍ଷରୁ ସଦରଥାନାରେ ଏତଲା ଦିଆଯାଇଥିଲା । ପୋଲିସ୍ ୨୫୩/୧୫ ରେ ଏକ ମାମଲା ରୁଜୁକରି ଅଭିଯୁକ୍ତ ଦିବାକରକୁ ଗିରଫ କରିବା ସହ କୋର୍ଟ ଚାଲାଣ କରିଥିଲା । ଜି.ଆର୍. କେଶ୍ ନମ୍ବର- ୧୩୯୦/୧୫ ରେ ସେହି ମାମଲାର ବିଚାର କରି ସାକ୍ଷ୍ୟ ପ୍ରମାଣ ଆଧାରରେ ମାନ୍ୟବର ଅତିରିକ୍ତ ଜିଲ୍ଲା ଦୈାରାଜଜ୍ ଏମ୍.ଆର୍ ଦୋରା ଆସାମୀକୁ ୭ ବର୍ଷ ଜେଲ୍ ଓ ୧୦ ହଜାର ଟଙ୍କା ଜରିମାନାରେ ଦଣ୍ଡିତ କରିଛନ୍ତି । ଜରିମାନା ଅନାଦେୟ ୩ ମାସ ଅଧିକ ଜେଲ୍ ଦଣ୍ଡରେ ଦଣ୍ଡିତ କରିଛନ୍ତି । ସରକାରଙ୍କ ପକ୍ଷରୁ ମାମଲା ସଂଜୟ କୁମାର ଜେନା ପରିଚାଳନା କରିଥିଲେ ।
Related Stories
April 23, 2024