କେନ୍ଦ୍ରାପଡ଼ା – କେନ୍ଦ୍ରାପଡା ଜିଲ୍ଲା ଗରଦପୁର ବ୍ଲକ ଅନ୍ତର୍ଗତ ନଇନପୁର ବିନ୍ଧା ନୂଆଗାଁ ତେଣ୍ଡାଗୁଡା ଗ୍ରାମର ଗ୍ରାମବାସୀମାନେ ସ୍କୁଲ୍ ମିଶ୍ରଣକୁ ବିରୋଧ କରି ଅତିରିକ୍ତ ଜିଲ୍ଲାପାଳ ବସନ୍ତ କୁମାର ରାଉତଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି । ଉକ୍ତ ଦାବିପତ୍ରରେ ସରକାରଙ୍କ ନିର୍ଦ୍ଦେଶ ଅନୁସାରେ ନଇନପୁର ବିନ୍ଧା ନୂଆଗାଁ ବିଦ୍ୟାଳୟକୁ ବିନ୍ଧା ନୂଆଗାଁ ବାଳିକା କୋ- ଏଜୁକେଶନ୍ ସହିତ ମିଶ୍ରଣ କରାଯାଇଛି । ଉଭୟ ବିଦ୍ୟାଳୟ ମଧ୍ୟରେ ୬୦୦ ମିଟର ଦୂରତା ଥିବାବେଳେ ଏହା ନିକଟରେ ଏକ ବିରାଟ ପୋଖରୀ ମଧ୍ୟ ରହିଛି । ନଇନପୁର ବିନ୍ଧା ନୁଆଗାଁ ପ୍ରାଥମିକ ବିଦ୍ୟାଳୟର ଏ୦.୬୨ ଡିସିମିଲ୍ ଭୂସଂପତି ଥିବାବେଳେ ୬୬ ଜଣ ପିଲା ପଢୁଛନ୍ତି । ଅପରପକ୍ଷରେ ବିନ୍ଧା ନୂଆଗାଁ ବାଳିକା କୋ ଏଜୁକେସନ୍ ବିଦ୍ୟାଳୟରେ ୨୦ ଜଣ ଛାତ୍ର ଛାତ୍ରୀ ପଢିବା ସହିତ ୨୦ ଡିସିମିଲ୍ ଜମି ରହିଅଛି । ଏ ନେଇ ଗ୍ରାମବାସୀମାନେ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ଜଣାଇଥିଲେ ମଧ୍ୟ ଜିଲ୍ଲା ଶିକ୍ଷା ଅଧିକାରୀ କୈାଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନାହାଁନ୍ତି । ନଇନ୍ପୁର ବିନ୍ଧା ନୁଆଗାଁ ପ୍ରାଇମେରୀ ସ୍କୁଲରେ ପାଠ ପଢୁଥିବା ପିଲାମାନଙ୍କୁ ବିନ୍ଧା ନୁଆଗାଁ ବାଳିକା ବିଦ୍ୟାଳୟ ସହିତ ସ୍କୁଲ୍ ମିଶ୍ରଣ ହେବା ଫଳରେ ଛାତ୍ରଛାତ୍ରୀଙ୍କର ଘରଠାରୁ ଏହା ବହୁତ ଦୂରରେ ଅଟେ । ଯାହାଫଳରେ ଅଭିଭାବକମାନେ ସ୍କୁଲକୁ ପିଲାଙ୍କୁ ଛାଡିବାକୁ ରାଜି ହେଉନାହାଁନ୍ତି । ଏହି ଘଟଣାର ବିଚାର କରି ଉଭୟ ଦୁଇଟି ବିଦ୍ୟାଳୟକୁ ନୟନପୁର ବିନ୍ଧା ନୁଆଗାଁ ପ୍ରାଇମେରୀ ସ୍କୁଲ୍ କ୍ୟାମ୍ପସ୍ରେ ଚାଲିବା ନିମନ୍ତେ ଆଦେଶ ଦେବାକୁ ଗ୍ରାମବାସୀ ମାନେ ଦାବୀ କରିଛନ୍ତି । ବି.ଏନ୍ ଗାଲ୍ସ କୋ ଏଜୁକେସନ୍ ଛାତ୍ରଛାତ୍ରୀଙ୍କୁ ବିନ୍ଧା ନୁଆଗାଁ ପ୍ରାଥମିକ ବିଦ୍ୟାଳୟ ସହିତ ମିଶ୍ରଣ କରିବାକୁ ଗ୍ରାମବାସୀମାନେ ଦାବି କରିଛନ୍ତି । ଏହି ଦାବିପତ୍ର ସମୟରେ ଜୁମା ଖାନ୍, ଜାବିର୍ ଅଲ୍ଲି, ଅହେମଦ୍ ଅଲ୍ଲି ଖାନ୍, ସୁବାସ ଚନ୍ଦ୍ର ରାଉତ, ଅଜମତ୍ ଅଲ୍ଲୀ ଖାନ୍ ପ୍ରମୁଖ ଉପସ୍ଥିତ ଥିଲେ ।