
କନ୍ଧମାଳ – ଫୁଲବାଣୀ କେନ୍ଦୁପଦର ସ୍ଥିତ ଗୋପବନ୍ଧୁ ବାଳାଶ୍ରମର ଅନ୍ତେବାସୀ ମାନଙ୍କ ସହିତ ନିଜର ଭାବ ବିନିମୟ ସହିତ ସେମାନଙ୍କୁ ବିଭିନ୍ନ ଦିଗ ଉପରେ ସଚେତନ କରାଇଥିଲେ ଫୁଲବାଣୀ ଟିମ୍ ହୁ୍ୟମାନିଟର ସଦସ୍ୟ ଓ ସଦସ୍ୟା ମାନେ. ମଙ୍ଗଳବାର ରାତ୍ରରେ ଏହି ସଦସ୍ୟ ଓ ସଦସ୍ୟମାନେ ସେଠାରେ ପହଞ୍ଚି ଅନ୍ତେବାସୀ ମାନଙ୍କୁ ବିଭିନ୍ନ ସମସ୍ୟା ସଂପର୍କରେ ପଚାରି ବୁଝିବା ସହିତ ସେମାନଙ୍କ ସହିତ ଦୀର୍ଘ ସମୟ ଧରି ବର୍ତ୍ତମାନ ଯୁଗରେ ଆବଶ୍ୟକ ପାଢ ପଢା ସହିତ ଖେଳ, କୁଦ ଆଦି ସଂପର୍କରେ ମଧ୍ୟ ପଚାରିବୁଝିଥିଲେ. ଏହି ଅବସରରେ ଜିଲା ସମାଜ ମଙ୍ଗଳ ଅଧିକାରୀ ମନସ୍ମିନୀ ମିଶ୍ର, ଜିଲା ଶିଶୁ ସୁରକ୍ଷା ଅଧିକାରୀ ରଶ୍ମିତା କରନ୍, ଶିଶୁ ସୁରକ୍ଷା ଅଧିକାରୀ ସୁନିଲ୍ ପ୍ରଧାନ, ବ୍ଳକ ସାମାଜିକ ସୁରକ୍ଷା ଅଧିକାରୀ ପ୍ରମୋଦ କୁମାର ବଡ଼ସେଠ୍ ପ୍ରମୁଖ ସାମିଲ୍ ହୋଇ ଜିଲାର ଅନ୍ତେବାସୀ ମାନଙ୍କ ପାଇଁ ଯେଉଁ ସବୁ ସବୁଧା ଓ ସୁଯୋଗ ଦିଆଯାଉଛି ସେ ଉପରେ ସଦସ୍ୟ ଓ ସଦସ୍ୟ ମାନଙ୍କୁ ଅବଗତ କରାଇଥିଲେ. ତେବେ ଅନ୍ତେବାସୀ ମାନେ ଜିଲାର ବିଭିନ୍ନ ଅଞ୍ଚଳର ବ୍ୟକ୍ତି ବିଶେଷ ମାନଙ୍କୁ ଗୋଟିଏ ସ୍ଥାନରେ ପାଇଁ ଖୁସିବ୍ୟକ୍ତ କରିବା ସହିତ ସେମାନଙ୍କର ଅନ୍ତର୍ନିହିର୍ତ ଗୁଣ ସଂପର୍କରେ ମଧ୍ୟ ପ୍ରକାଶ କରିଥିଲେ. ଏହି ଅବସରରେ ଟିମ୍ ହୁ୍ୟମାନିଟର ସଦସ୍ୟ ମାନେ ଅନ୍ତେବାସୀ ମାନଙ୍କୁ ଶିକ୍ଷା କ୍ଷେତ୍ରରେ ସମସ୍ତ ପ୍ରକାର ସହଯୋଗ ପାଇଁ ପ୍ରତିଶୃତି ଦେଇଥିବା ବେଳେ ଯୁକ୍ତ ୨ରେ ଯେଉଁମାନେ ଅଧ୍ୟୟନ କରୁଛନ୍ତି ସେମାନେ ଇଛା ପ୍ରକାଶ କଲେ ମାଗଣାରେ କମ୍ପୁ୍ୟଟର ଶିକ୍ଷା ପ୍ରଦାନ କରାଯିବ ବୋଲି ଟିମ୍ ର ସଦସ୍ୟ ଅମ୍ବିକା ପ୍ରସାଦ ପ୍ରହରାଜ ଘୋଷଣା କରିଥିବା ବେଳେ ଟିମର ମାଆ ସଭାପତି ନମିତା କିନ୍ନର ସଭାପତି ସଭାପତି ନମିତା. ଏହି ଅବସରରେ ଅନ୍ତେବାସୀ ମାନଙ୍କ ପାଇଁ ସ୍ୱତନ ୍ତ୍ର ଭାବେ ଏକ ୟୁନିଫର୍ମ ପ୍ରଦାନ ପାଇଁ ଘୋଷଣା କରିଥିଲେ. କାର୍ଯ୍ୟକ୍ରମରେ ଟିମ୍ ହ୍ୟୁମାନିଟ୍ରର ମୁଖ୍ୟ ସଂଯୋଜକ ଭି.ଲୋକନାଥ ରାଜୁ, ସହ ସଂଯୋଜକ ଆଶିଷ୍ ବେହେରା,