![](https://indokalingtimes.com/wp-content/uploads/2021/07/IKT-NEWS-1.jpg)
ଭୁୁବନେଶ୍ୱର, ରାଜ୍ୟର ପୋଲିସ ମହା ନିର୍ଦେଶକ ଅଭୟ ନୂଆପଡା ଜିଲ୍ଲା ଗସ୍ତରେ ଯାଇ ସେଠାରେ ଅପରାଧ ଓ ବାମପନ୍ଥୀ ଉଗ୍ରବାଦ ସ୍ଥିତିର ସମୀକ୍ଷା କରିଛନ୍ତି । ଏହି ଅବସରରେ ପୋଲିସ ବିଭାଗର ବରିଷ୍ଠ ଅଧିକାରୀ ମାନେ ଉପସ୍ଥିତ ଥିଲେ । ସେ ସେଠାରେ ଭଲ କାମ କରିଥିବା ପୋଲିସ କର୍ମୀ ମାନଙ୍କ ସହ ଆଲୋଚନା କରିବା ସହ ତାଙ୍କୁ ଆଗାମୀ ଦିନରେ ଆହୁରି ଭଲ କାମ କରିବାକୁ ପ୍ରେରିତ କରିଥିଲେ ।