ପବିତ୍ର ଦୀପାବଳି ଉପଲକ୍ଷେ ବିଭିନ୍ନ ସ୍ଥାନରେ ବିଭିନ୍ନ ପ୍ରକାରର ଆତସବାଜୀ ଫୁଟାଇ ବା ମନୋରଞ୍ଜନ କାର୍ଯ୍ୟକ୍ରମ କରି ଦୀପାବଳି ଉତ୍ସବ ପାଳନ କରାଯାଉଥିବା ବେଳେ ଷ୍ଟୁଡେଣ୍ଟସ ଫର ସୋସଇଟି,ହିଞ୍ଜିଳିକାଟୁର କର୍ମକର୍ତ୍ତା ମାନେ ନିଆରା ଢଙ୍ଗରେ ଦୀପାବଳି ଉତ୍ସବ ପାଳନ କରିଛନ୍ତି l କର୍ମକର୍ତ୍ତା ମାନେ ଅତସବାଜିକୁ ବର୍ଜନ କରି ନିକଟସ୍ଥ ସମରଝୋଳ ସ୍ଥିତ ବୃଦ୍ଧାଶ୍ରମରେ ବୃଦ୍ଧ/ବୃଦ୍ଧା ମାନଙ୍କ ଗହଣରେ ଦୀପାବଳି ଉତ୍ସବ ପାଳନ କରିଛନ୍ତି l କର୍ମକର୍ତ୍ତା ମାନେ ବୃଦ୍ଧାଶ୍ରମର ଅନ୍ତେବାସୀ ମାନଙ୍କୁ କମଳ ପ୍ରଦାନ କରିବା ସହ ଫଳ, ମିଷ୍ଟାନ୍ନ ବଣ୍ଟନ କରିବା ସହ ଆଶ୍ରମରେ କିଛି ସମୟ କଟାଇ ବୃଦ୍ଧ ମାନଙ୍କ ସହ ଦୀପାବଳି ଉତ୍ସବ ପାଳନ କରିଥିଲେ। ଅନୁଷ୍ଠାନର ସଭାପତି ସଂସ୍କାର ପଟ୍ଟନାୟକଙ୍କ ନେତୃତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସୌମ୍ୟ ରଞ୍ଜନ ପଟ୍ଟନାୟକ, ରାଜେଶ ମିଶ୍ର, ହିମାଂଶୁ ବେହେରା, ରବୀନ୍ଦ୍ର ପାଢ଼ୀ, ସୁନୀଲ ସାହୁ, ରତିକାନ୍ତ ପ୍ରଧାନ, ଶୁଭ୍ରଜିତ ପଣ୍ଡା,କୃପାସିନ୍ଧୁ ନାହାକ, ସାଇ ଶ୍ରୀତମ ଆଚାରୀ,ସନ୍ତୋଷ ପ୍ରମୂଖ ବହୁ ଯୁବ ଏବଂ ଛାତ୍ର ଏଥିରେ ସାମିଲ ହୋଇଥିଲେ। ଯୁବକ ମାନଙ୍କ ଏହି ଭଳି କାର୍ଯ୍ୟକୁ ସାଧାରଣରେ ପ୍ରସଂଶା କରାଯିବା ସହ ଯୁବକ ମାନେ ଅଧିକରୁ ଅଧିକ ଏହି ଭଳି ସେବା କାର୍ଯ୍ୟରେ ନିଜକୁ ନିୟୋଜିତ ରଖିବାକୁ ଏସଏଫଏସର କର୍ମକାର୍ତ୍ତାଙ୍କ ଠାରୁ ପ୍ରେରିତ ହେବାର ଆବଶ୍ୟକତା ରହିଛି ବୋଲି ମତ ପ୍ରକାଶ ପାଉଛି।
Related Stories
March 27, 2024
March 27, 2024